ଚାଉଳରେ ଓଦା ଫୋନ୍‌ ରଖୁଥିଲେ ସାବଧାନ୍‌, ଆଇଫୋନ୍‌ ୟୁଜର୍ସଙ୍କୁ କଡ଼ା ଚେତାବନୀ ଦେଲା ଆପଲ୍‌

ବର୍ତ୍ତମାନ ଆପଲ୍ କମ୍ପାନୀ ଆଇଫୋନ୍ ୟୁଜରଙ୍କୁ ଏକ ବଡ଼ ଚେତାବନୀ ଦେଇଛି । ଆପଲ୍ ନିଜ ୟୁଜରମାନଙ୍କୁ କହିଛି ଯେ ଯଦି ଆପଣଙ୍କ ଆଇଫୋନ୍ ଓଦା ହୋଇଯାଉଛି ଏବଂ ଆପଣ ଏହାକୁ ଶୁଖାଇବା ପାଇଁ ଚାଉଳରେ ଫୋନ ରଖୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ।

ଆମେ ବ୍ୟବହାର କରୁଥିବା ଫୋନ୍‌ ଯଦି ହଠାତ ପାଣିରେ ପଡ଼ିଯାଏ । ତେବେ ଆମେ ବ୍ୟସ୍ତ ହୋଇପଡ଼ୁ । କାରଣ ଫୋନ୍‌ ଟିକେ ଓଦା ହୋଇଗଲେ ଏହା ଖରାପ ହେବାର ସମ୍ଭାବନା ଥାଏ । ତେଣୁ କିଛି ଲୋକ ତୁରନ୍ତ ଫୋନକୁ ଚାଉଳ ଭିତରେ ରଖି ଦିଅନ୍ତି । କାରଣ ଲୋକମାନେ ଭାବନ୍ତି ଯେ ଚାଉଳରେ ଫୋନ ରଖିଦେଲେ ଏହା ଶୁଖିଯିବ । ଯଦି ଆପଣ ବି ଏମିତି କିଛି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଯଦି ଆପଣ ଜଣେ ଆଇଫୋନ୍ ୟୁଜର ତେବେ ଏହି ଖବର ଆପଣଙ୍କ ପାଇଁ । ବର୍ତ୍ତମାନ ଆପଲ୍ କମ୍ପାନୀ ଆଇଫୋନ୍ ୟୁଜରଙ୍କୁ ଏକ ବଡ଼ ଚେତାବନୀ ଦେଇଛି । ଆପଲ୍ ନିଜ ୟୁଜରମାନଙ୍କୁ କହିଛି ଯେ ଯଦି ଆପଣଙ୍କ ଆଇଫୋନ୍ ଓଦା ହୋଇଯାଉଛି ଏବଂ ଆପଣ ଏହାକୁ ଶୁଖାଇବା ପାଇଁ ଚାଉଳରେ ଫୋନ ରଖୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏଭଳି କରିବା ଦ୍ୱାରା ଆପଣଙ୍କ ଡିଭାଇସ୍‌ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆସନ୍ତୁ ଏହି ଖବର ଉପରେ ଥରେ ନଜର ପକାଇବା ।

ଆଇଫୋନ୍ ୟୁଜରମାନେ ସେମାନଙ୍କର ଡିଭାଇସକୁ ଚାଉଳ ଭିତରେ ପୁରାଇ ରଖିବା ଉଚିତ୍ ନୁହେଁ, କାରଣ ଏହା ଆଇଫୋନ୍ କୁ କ୍ଷତି ପହଞ୍ଚାଇପାରେ । ଆପଲ୍‌ କମ୍ପାନୀ ତରଫରୁ କୁହାଯାଇଛି ଯେ ଆଇଫୋନକୁ ଭୁଲରେ ମଧ୍ୟ ଚାଉଳରେ ରଖନ୍ତୁ ନାହିଁ । ଏଭଳି କଲେ ଚାଉଳରେ ଥିବା ଗୁଣ୍ଡ ଆପଣଙ୍କ ଆଇଫୋନରେ ପଶିଯିବ ଏବଂ ଏହା ଫୋନ୍‌ କୁ କ୍ଷତି ପହଞ୍ଚାଇବ ।

ଯଦି ଆପଣଙ୍କ ଆଇଫୋନ ଓଦା ହୋଇଯାଉଛି ତେବେ କେଉଁ ସବୁ ଭୁଲ କରିବେ ନାହିଁ ତାହା ଜାଣି ରଖନ୍ତୁ । ଆଇଫୋନରୁ ଲିକ୍ୱିଡ୍‌ ପଦାର୍ଥକୁ ବାହାର କରିବା ପାଇଁ ହେୟାର ଡ୍ରାୟର କିମ୍ବା କମ୍ପ୍ରେସ୍ଡ ଏୟାର ପରି ଜିନିଷ ବ୍ୟବହାର କରନ୍ତୁ ନାହିଁ ।
କନେକ୍ଟରରେ ପାଣି ଜମିଗଲେ ତୁଳା କିମ୍ବା ପେପର ଟାୱେଲ ବ୍ୟବହାର ନକରିବାକୁ ମଧ୍ୟ କମ୍ପାନୀ ପରାମର୍ଶ ଦେଇଛି।
ଆପଲ୍ କମ୍ପାନୀ ଏହା ମଧ୍ୟ ଦାବି କରିଛି ଯେ ଏହାର ଫ୍ଲାଗସିପ୍ ଡିଭାଇସ୍ ପାଖାପାଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ଏବଂ ୨୦ ଫୁଟ ପାଣିକୁ ମଧ୍ୟ ସାମ୍ନା କରିପାରିବ ।

ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଓଦା ଆଇଫୋନ୍ କିପରି ଶୁଖାଇବେ ? ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାକୁ ନେଇ ଆପଲ୍‌ କମ୍ପାନୀ କଣ କହିଛି ।
ଆପଲ୍ କହିଛି ଯେ ଆଇଫୋନ୍ ଶୁଖାଇବା ପାଇଁ ଆପଣ କନେକ୍ଟରକୁ ତଳକୁ ରଖି ଡିଭାଇସ୍ କୁ ଧୀରେ ଧୀରେ ଟ୍ୟାପ୍ କରନ୍ତୁ ।

ଏଭଳି କରିବା ଦ୍ୱାରା ଫୋନରୁ ପାଣି ବାହାରିଯିବ । ଯାହା ପରେ ଆପଣ ଫୋନକୁ ଶୁଖିଲା ସ୍ଥାନରେ ରଖିବେ ଏବଂ ୩୦ ମିନିଟ ପରେ ହିଁ ଆପଣ USB-C ଦ୍ୱାରା ଫୋନକୁ ଚାର୍ଜ କରିପାରିବେ ।

କମ୍ପାନୀ କହିବା ଅନୁଯାୟୀ, ଆଇଫୋନ୍ ପୂରା ଶୁଖିବା ପାଇଁ ୨୪ ଘଣ୍ଟା ସମୟ ନେଇଥାଏ ଏବଂ ତେଣୁ ଏହି ସମୟ ମଧ୍ୟରେ ୟୁଜରମାନଙ୍କୁ ଲିକ୍ୱିଡ୍‌ ଡିଟେକ୍ସନ ଆଲର୍ଟ ଦେଖାହେବ ।

ୟୁଜରମାନେ ଆଇଫୋନ୍ ଓଦା ଥିବା ସମୟରେ ଚାର୍ଜ କରିବା ଉଚିତ୍ ନୁହେଁ ବରଂ କିଛି ସମୟ ପରେ ଏହାକୁ ଚାର୍ଜ କରିବା ଠିକ୍‌ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.