ହସ୍ପିଟାଲର ଆମ୍ବୁଲାନ୍ସ ଚୋରି କରି ନେଇଗଲେ ରୋଗୀ, ଘଟଣା CCTVରେ କଏଦ

ଆମେରିକାର ଭର୍ଜିନିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ହସ୍ପିଟାଲରେ ଭର୍ତ୍ତି ଥିବା ଜଣେ ରୋଗୀ ହସ୍ପିଟାଲ ବାହାରୁ ଆମ୍ବୁଲାନ୍ସ ଚୋରି କରି ନେଇଛନ୍ତି । ବର୍ତ୍ତମାନ ରୋଗୀ ଜଣକ ଫେରାର୍‌ ଅଛନ୍ତି ।

ଆମେରିକାର ଭର୍ଜିନିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ହସ୍ପିଟାଲରେ ଭର୍ତ୍ତି ଥିବା ଜଣେ ରୋଗୀ ହସ୍ପିଟାଲ ବାହାରୁ ଆମ୍ବୁଲାନ୍ସ ଚୋରି କରି ନେଇଛନ୍ତି । ବର୍ତ୍ତମାନ ରୋଗୀ ଜଣକ ଫେରାର୍‌ ଅଛନ୍ତି । ଚିକିତ୍ସା ଭିତରେ ହିଁ ସେ ହସ୍ପିଟାଲରୁ ବାହାରିଥିଲେ ଏବଂ ଆମ୍ବୁଲାନ୍ସ ଚୋରି କରି ନେଇଥିଲେ । ସେହି ସମୟରେ ସେ ହସ୍ପିଟାଲର ପୋଷାକ ପିନ୍ଧିଥିଲେ ଏବଂ ତାଙ୍କ ହାତରେ ନଳୀ ଲାଗିଥିଲା ।

ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣା ସୋମବାରର । ରିପୋର୍ଟରୁ ଜଣାପଡ଼ିଛି ଯେ ରାତି ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ଇନୋଭା ଫେୟାରଫ୍ୟାକ୍ସ ହସ୍ପିଟାଲ ବାହାରେ ଘଟିଥିଲା । ଅଭିଯୁକ୍ତ ଏହି ହସ୍ପିଟାଲରେ ହିଁ ଚିକିତ୍ସାଧୀନ ଥିଲେ ।

ଫେୟାରଫ୍ୟାକ୍ସ କାଉଣ୍ଟି ପୋଲିସ ହସ୍ପିଟାଲ ବାହାରୁ ଅଭିଯୁକ୍ତଙ୍କ ଫଟୋ ସେୟାର କରିଛି । ପୋଲିସ କହିଛି ଯେ ରୋଗୀ ଜଣକ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ନ ଥିଲେ । ତାଙ୍କ ହାତରେ ଆଇଭି ଥିଲା । ସେ ଚିକିତ୍ସାଧୀନ ଥିଲେ । ସେ ଏକ ଘରୋଇ ପରିବହନ ଆମ୍ବୁଲାନ୍ସ ଚୋରାଇ ନେଇଛନ୍ତି । ଯଦିଓ ଆମ୍ବୁଲାନ୍ସଟି ପରେ ମିଳିଛି, କିନ୍ତୁ ଅଭିଯୁକ୍ତ ଫେରାର୍‌ ଅଛନ୍ତି ।

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ରୋଗୀ ହେଲେ ୩୨ ବର୍ଷୀୟ ରିକି ଲେଭେ । ତାଙ୍କ ମୁଣ୍ଡରେ ଚୁଟି ନାହିଁ ଏବଂ ହାତରେ ଟାଟୁ ରହିଛି । ବର୍ତ୍ତମାନ ତାଙ୍କୁ ଖୋଜାଖୋଜି କରାଯାଉଛି । ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ ହେଲିକାପ୍ଟର ବ୍ୟବହାର କରୁଛି । ପୋଲିସ ଲୋକମାନଙ୍କୁ ମଧ୍ୟ ତାଙ୍କ ବିଷୟରେ ସୂଚନା ଦେବାକୁ ଅପିଲ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.