ଧଳା କେଶକୁ କଳା କରିବା ପାଇଁ ବ୍ଲାକ୍‌ କଫି ଏକ ଭଲ ଉପାୟ, ଜାଣନ୍ତୁ ଏହାକୁ କିପରି ବ୍ୟବହାର କରିବେ

ଲୋକମାନେ ଅଳ୍ପ ବୟସରେ ଧଳା କେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ପରିସ୍ଥିତିରେ ବଜାରରେ କେଶକୁ କଳା କରିବା ପାଇଁ କେମିକାଲ୍‌ କଲର ମଧ୍ୟ ଉପଲବ୍ଧ ହେଉଛି । ତେବେ ଏହି କଲର ଯୋଗୁ ଧଳା କେଶ କଳା ହୋଇଯାଏ, କିନ୍ତୁ ଏପରି ବାରମ୍ବାର କରିବା ଦ୍ୱାରା ଆମ କେଶ ଧଳା ହୋଇଯାଉଛି । କେଶକୁ କଳା କରିବା ପାଇଁ ପ୍ରାକୃତିକ ଜିନିଷ ବ୍ୟବହାର କରିବା ସବୁଠାରୁ ଲାଭଦାୟକ ବୋଲି ବିବେଚନା କରାଯାଏ ।

ଆଜିକାଲି କେଶ ଧଳା ହୋଇଯିବା ଏକ ସାଧାରଣ କଥା ହୋଇଗଲାଣି । ଲୋକମାନେ ଅଳ୍ପ ବୟସରେ ଧଳା କେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ପରିସ୍ଥିତିରେ ବଜାରରେ କେଶକୁ କଳା କରିବା ପାଇଁ କେମିକାଲ୍‌ କଲର ମଧ୍ୟ ଉପଲବ୍ଧ ହେଉଛି । ତେବେ ଏହି କଲର ଯୋଗୁ ଧଳା କେଶ କଳା ହୋଇଯାଏ, କିନ୍ତୁ ଏପରି ବାରମ୍ବାର କରିବା ଦ୍ୱାରା ଆମ କେଶ ଧଳା ହୋଇଯାଉଛି । କେଶକୁ କଳା କରିବା ପାଇଁ ପ୍ରାକୃତିକ ଜିନିଷ ବ୍ୟବହାର କରିବା ସବୁଠାରୁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିପାଇଁ ଆପଣ ବ୍ଲାକ୍‌ କଫି ବ୍ୟବହାର କରିପାରିବେ । ବ୍ଲାକ୍‌ କଫି କେଶକୁ କଳା କରିବାରେ ସାହାଯ୍ୟ କରେ । ତାହେଲେ ଆସନ୍ତୁ ଜାଣିବା ଯେ କେଶକୁ କଳା କରିବା ପାଇଁ କିପରି କଫି ବ୍ୟବହାର କରିବେ ।

କାହିଁକି କଫି କେଶ ପାଇଁ ଲାଭଦାୟକ ?
କଫିର ବ୍ୟବହାର ହେୟାର ଫୋଲିକଲ୍ସକୁ ପୁଷ୍ଟିକର କରିଥାଏ ଯାହା କେଶକୁ ଅଧିକ ମଜ୍‌ବୁତ୍‌ କରିଥାଏ । କଫିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା କେଶ ନଷ୍ଟ ହେବାରୁ ରୋକିଥାଏ । କଫି କେଶକୁ ଅଧିକ ସମୟ ଧରି କଳା ରଖେ ଏବଂ ନୂଆ କେଶ ବଢିବାରେ ସାହାଯ୍ୟ କରେ । ତେବେ କଫି ବ୍ୟବହାର କରିବା ଦ୍ୱାରା କେଶ ସମସ୍ୟାରୁ ମୁକ୍ତି ମିଳିଥାଏ ।

କେଶରେ କଫି କିପରି ବ୍ୟବହାର କରିବେ :
ଧଳା କେଶକୁ କଳା କରିବା ପାଇଁ ୧ ଚାମଚ କଳା କଫି ନେଇ ଏହାକୁ କିଛି ପାଣିରେ ମିଶାନ୍ତୁ । ସେଥିରେ ପ୍ରାୟ ୫ ଚାମଚ ବିନା କେମିକାଲ ମେହେନ୍ଦି ପକାନ୍ତୁ ଏବଂ ଭଲ ଭାବରେ ମିଶାନ୍ତୁ । ଏହି ଦୁଇଟି ଜିନିଷକୁ ଭଲ ଭାବେ ମିଶାଇ ଦିଅନ୍ତୁ, ଯେପରି ସେଥିରେ କୌଣସି ଖଣ୍ଡ ରହିବ ନାହିଁ । ଏହା ପରେ ମେହେନ୍ଦି ଏବଂ କଫି ଭଲ ଭାବେ କେଶରେ ଲଗାନ୍ତୁ । ଏହାକୁ ପ୍ରାୟ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ଏହା ଧଳା କେଶକୁ କଳା କରିବାରେ ସାହାଯ୍ୟ କରିଥାଏ । ଆପଣଙ୍କୁ ଏହି ଉପାୟକୁ ବାରମ୍ବାର କରନ୍ତୁ, ଦେଖିବେ ଆପଣଙ୍କ ଏତେ ଶୀଘ୍ର ଧଳା ହେବନାହିଁ । ଏହା ସହ ଆପଣ କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.