Below header

ନବୀକରଣ ପାଇଁ ଆଜିଠାରୁ ବନ୍ଦ ରହିବ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ, ବିଡିଏ ପକ୍ଷରୁ ନୋଟିସ୍‌ ଜାରି

ବ୍ରହ୍ମପୁର: ବ୍ରହ୍ମପୁର ବସ୍‌ଷ୍ଟାଣ୍ଡର ହେବ ନବୀକରଣ। ଏଥିପାଇଁ ଆଜିଠାରୁ ବନ୍ଦ ରହିବ ବସ୍‌ଷ୍ଟାଣ୍ଡ। ସିଟି ବସଷ୍ଟାଣ୍ଡର ମରାମତି କାମ ସରିବା ପର୍ଯ୍ୟନ୍ତ ସମସ୍ତ ବସ୍‌ ହଳଦିଆପଦର ବସ୍‌ଷ୍ଟାଣ୍ଡରୁ ଚଳାଚଳ କରିବ। ଏନେଇ ବିଡିଏ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ତେବେ ଏହାକୁ ବିରୋଧ କରିଛି ଘରୋଇ ବସ ମାଲିକ ସଂଘ । ଏହାକୁ ବିରୋଧ କରି ବ୍ରହ୍ମପୁରକୁ ଘରୋଇ ବସ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମାଲିକ ସଂଘ । ନୂଆ ରୁଟ୍‌ ଅନୁସାରେ ବସଗୁଡିକ ହଳଦିଆପଦର ଓଭରବ୍ରିଜ ଓ ଗୋସାଣି ନୂଆଗାଁ ଓଭରବ୍ରିଜ ରାସ୍ତା ଦେଇ ଚଳାଚଳ କରିବ। ଏହି ରାସ୍ତାରେ ଥିବା ଓଭରବ୍ରିଜର ଅବସ୍ଥା ଭଳ ନଥିବା ଯୋଗୁଁ ଗାଡି ମାଲିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୂର୍ବରୁ ମଧ୍ୟ ବିରୋଧ ଯୋଗୁଁ ହଳଦିଆପଦରଠାରେ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରୁ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.