ଆଜି ସମ୍ବିଧାନ ପ୍ରଣୟନକୁ ପୂରିଲା ୭୦ ବର୍ଷ, ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ହେବ ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ:ଆଜି ସମ୍ବିଧାନ ଦିବସ। ସମ୍ବିଧାନ ପ୍ରଣୟନକୁ ପୂରିଛି ୭୦ ବର୍ଷ। ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା। କେନ୍ଦ୍ର ସରକାର ଏହି ଦିବସକୁ ପାଳିବାକୁ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଆଜି ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ହେବ ସ୍ୱତନ୍ତ୍ର ଅଧିବେଶନ। ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଆଜିର ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହାସହ ସମ୍ବିଧାନ ଅଧିକାର ନେଇ ଦେଶବାସୀଙ୍କୁ ସଚେତନ କରିବାକୁ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେବ ସଚେତନତା ଅଭିଯାନ। ଏହା ବର୍ଷେଧରି ଚାଲିବ। କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ଆଜି କର୍ମଚାରୀମାନେ ସମ୍ବିଧାନର ମୁଖବନ୍ଧ ପଢିବେ। ଦିନ ୧୧ଟାରେ ସବୁ ଅଫିସରେ ସମ୍ବିଧାନର ମୁଖବନ୍ଧ ପାଠ କରାଯିବ। ଏଣିକି ପ୍ରତି ନଭେମ୍ବର ୨୬ରେ ସମ୍ବିଧାନର ମୁଖବନ୍ଧ ପାଠ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.