ଭଞ୍ଜନଗର: ଅଙ୍ଗଦାନ କରିଥିବା ସୁରଜଙ୍କ ପରିବାରକୁ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ

ଭଂଜନଗର ଲାଲସିଂ ଗାଁର ଅଙ୍ଗଦାନ କରିଥିବା ସୁରଜଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ। ଏହି ଚେକ୍‌ ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ସୁରଜଙ୍କ ମାଆ ଗୀତାଞ୍ଜଳି ଓ ବାପା ବାବୁଲି ସେଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଭଞ୍ଜନଗର ନିକଟସ୍ଥ ଲାଲସିଂ ଅଂଚଳର ସୁରଜ ସେଠୀଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପିତା ମାତା ପୁଅର ୬ଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିଥିଲେ। ପରେ ସୁରଜଙ୍କ ବାପା ଓ ମାଆଙ୍କୁ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।

Leave A Reply

Your email address will not be published.