ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) : ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଲକ୍ଷ୍ୟରେ ସରକାର କାମ କରୁଛନ୍ତି। ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଭଳି ଯୋଜନା ଆରମ୍ଭ କରାଯାଇଛି। ଯେଉଁଥିରେ ପ୍ରାୟ ୭୦ ଲକ୍ଷ ପରିବାର ଉପକୃତ ହେବେ। ଏହାସହ ନିଦାନ, ସହାୟ ଓ ନିରାମୟ ଯୋଜନା କାର୍ଯ୍ଯକାରୀ କରାଯାଉଛି । ଏଣ୍ଡୋକ୍ରାଇନ୍‌ ସୋସାଇଟି ଅଫ ଇଣ୍ଡିଆର ୪୮ତମ ବାର୍ଷିକ ସମ୍ମୀଳନୀରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ଆୟୋଜିତ ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ଏଣ୍ଡୋକ୍ରାଇନ ସୋସାଇଟିର ସଭାପତି ଡକ୍ଟର ମନୋଜ ଚଡ୍ଡା, ସମ୍ପାଦକ କେ.ଜି.ଶିଶାଦ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.