Below header

ନିଆଳି: କାଳ ବୈଶାଖୀରେ ଭାଙ୍ଗିଲା ପାନ ବରଜ ଓ ବିଦ୍ୟୁତ ଖୁଣ୍ଟ

ନିଆଳି(କେନ୍ଯୁଜ୍): ପୁଣି ଭାଙ୍ଗିଲା ପାନ ବରଜ ଓ ବିଦ୍ୟୁତ ଖୁଣ୍ଟ। ଗତକାଲି ରାତିରେ ହଠାତ୍ ମାଡ଼ି ଆସିଲା କାଳ ବୈଶାଖୀ। ହଠାତ୍ ମେଘ,ପବନ ଓ ଘଡଘଡି ଯୋଗୁ ଲୋକେ ଆତଙ୍କିତ ହୋଇଯାଇଥିଲେ। କାଳ ବୈଶାଖୀ କାରଣରୁ କଟକ ଜିଲ୍ଲା ନିଆଳି ବ୍ଲକ ଓ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଞ୍ଚଳରେ ପବନ ଯୋଗୁଁ ବ୍ୟାପକ ପାନବରଜ ଭାଙ୍ଗି ପକାଇଛି। ସେହିପରି ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ପକାଇଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଥିବା କାରଣରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି।

khunta-ସୂଚନା ମୁତାବକ ନିଆଳି ବ୍ଲକର ନୂଆଗାଁ ପଞ୍ଚାୟତ ଓ ବାଲିପାଟଣା ବ୍ଲକର ଆମଣାକୁଦ ଓ ତୁରନ୍ତିରା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ସେପଟେ କରୋନା ମାଡ଼ରେ ପାନଚାଷୀ ଅଭାବି ବିକ୍ରୀର ସମ୍ମୁଖୀନ ହେଉଛନ୍ତି, ଗତ କିଛି ଦିନ ତଳେ ଅମ୍ଫନ ଓ ଗତକାଲି କାଳ ବୈଶାଖୀ ପାନଚାଷୀଙ୍କୁ ସର୍ବଶାନ୍ତ କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.