ବର୍ଷେ ମଧ୍ୟରେ ୪ଟି ବିପତ୍ତିକୁ ସଫଳତାର ସହ ମୁକାବିଲା କରିଛି ଓଡିଶା : ସଞ୍ଜୟ ଦାସ ବର୍ମା

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ଦେଶ ଭିତରେ ରହୁଥିବା ଓଡ଼ିଆମାନେ କୋଭିଡ୍ ଯୋଦ୍ଧାମାନଙ୍କ ମନୋବଳ ବୃଦ୍ଧି ପାଇଁ ଆସନ୍ତାକାଲି ସନ୍ଧ୍ୟା ସମୟରେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏଥିରେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସହ ବିଜେଡି ର ସମସ୍ତ ସାଙ୍ଗଠନିକ ଜିଲାରେ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ କହିଛନ୍ତି । ଏହି ଅବକାଶରେ ନବୀନ ସରକାରଙ୍କ ୧ ବର୍ଷ ପୂର୍ତ୍ତି , ୫ଥର ପାଇଁ ବିପୁଳ ଭୋଟରେ ନବୀନ ବାବୁଙ୍କୁ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି ।

odisha

ଫନି, ବୁଲୁବୁଲୁ ଅମ୍ପାନ ଓ କରୋନାକୁ ଅତ୍ୟନ୍ତ ସଫଳତାର ସହ ମୁକାବିଲା କରାଯାଇଛି । ସ୍ୱାଧୀନତାର ଅନେକ ବର୍ଷ ପରେ ଏମିତି ଏକ ଲୋକାଭିମୁଖୀ ସରକାର ହେଉଛି ନବୀନ ସରକାର। ଏହି ସରକାର ଜଗନ୍ନାଥ, ଲିଙ୍ଗରାଜ ବଳଦେବ ଜିଉ, ସମ୍ବଲପୁରର ମାଣିକେଶ୍ଵରୀ, ଗଞ୍ଜାମର ତାରାତାରିଣୀ ଉପରେ ଫୋକସ କରିଛନ୍ତି । କଟକ ହସପିଟାଲକୁ ନବିକରଣ ସହ ୩୦ ଜିଲ୍ଲାରେ ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ପଦକ୍ଷେପ ନିଆଯାଇଛି ବୋଲି ବିଜେଡି ନେତା ସଂଜୟ ଦାସ ବର୍ମା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.