Below header

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ ୮ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି । ସକାଳ ୬ ରୁ ୨ ଟା ପର୍ଯ୍ୟନ୍ତ ଅଖ ଚକବନ୍ଦ ରହିବ । ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ସ୍ବୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ଦାବିରେ ଆଜି ଭଦ୍ରକ ବନ୍ଦ କରିଛି କଂଗ୍ରେସ। ଵିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଉଛି । ସରକାରୀ କାର୍ଯ୍ୟାଳୟ , କୋର୍ଟ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ କଂଗ୍ରେସ କର୍ମୀ ମାନେ ଜଗି ରହିଛନ୍ତି ।

ଭଦ୍ରକ ନୂଆ ବସଷ୍ଟାଣ୍ଡ ଠାରେ ୧୬ ନମ୍ବର ଜାତୀୟ ରାଜପଥ କୁ ମଧ୍ୟ ଅବରୋଧ କରାଯାଇଛି। ଫଳରେ ଗାଡି ଚଳାଚଳ ବନ୍ଦ ରହିଛି। ସହର ର ସବୁ ଦୋକାନ ବଜାର ସହିତ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ଆଇନ ଶୃଙ୍ଖଳା କୁ ଦୃଷ୍ଟି ଦେଈ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି. ତେବେ ଭଦ୍ରକ ବାସୀ ଙ୍କ ସ୍ୱାର୍ଥ କୁ ନଜର ରେ ରଖି ଜିଲ୍ଲା କଂଗ୍ରେସ ଏହି ନିଷ୍ପତ୍ତି ନେଇଛି । ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ସ୍ବୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ର ମାନ୍ୟତା ନ ଦିଆଯିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ବରିଷ୍ଠ ନେତା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.