ସକାଳ ସମୟରେ ଏମିତି କରନ୍ତୁ ପୂଜା: ନଚେତ ସବୁକାମ ହେବ ଖରାପ, ମିଳିବ ଅଶୁଭ ଫଳ

ହିନ୍ଦୁ ଧର୍ମରେ ପୂଜାପାଠର ବିଶେଷ ମହତ୍ତ୍ୱ ରହିଥାଏ। ମାନ୍ୟତା ଅନୁସାରେ, ଯେଉଁ ଲୋକ ପ୍ରତିଦିନ ଘରେ ପୂଜା ପାଠ କରିଥାଏ, ସେମାନଙ୍କ ଉପରେ ଭଗବାନଙ୍କର ଆଶୀର୍ବାଦ ରହିଥାଏ। କିନ୍ତୁ ପୂଜା କରିବାର ଏକ ବିଧି ରହିଛି। ଯାହାକୁ ପାଳନ କରିବା ଜରୁରୀ। ଯଦି ସେହି ଅନୁସାରେ ପୂଜା କରାନଯାଏ, ତେବେ ଫଳ ମିଳିଥାଏ। ପୂଜାପାଠ ସମୟରେ କରୁଥିବା ଗୋଟିଏ ମାତ୍ର ଭୁଲ୍‌ ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ସକାଳ ସମୟରେ ପୂଜା କରିବାର ସଠିକ୍‌ ଉପାୟ ରହିଛି । ଆପଣଙ୍କୁ ସେହି ଅନୁସାରେ ପୂଜା କରିବା ଜରୁରୀ ହୋଇଥାଏ।

ସକାଳେ କେମିତି ପୂଜା କରିବେ :

ଘରରୁ ନକାରାତ୍ମକ ଶକ୍ତି ଦୂର କରିବା ଏବଂ ଶୁଭ ଫଳ ପାଇବା ପାଇଁ ସକାଳ ଏବଂ ସନ୍ଧ୍ୟା ସମୟରେ ଦୀପ ନିଶ୍ଚିତ ଲଗାନ୍ତୁ। ଏମିତି କରିବା ଦ୍ୱାରା ଭଗବାନ ନିକ ଭକ୍ତଙ୍କ ଉପରେ ବିଶେଷ କୃପା ରଖିଥାନ୍ତି।

ପୂଜା କରିବା ସମୟରେ ତଳେ ବସିବା ଉଚିତ ନୁହେଁ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ପୂଜା କରିବା ସମୟରେ ଆସନର ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ ପୂଜା ସଫଳ ହୋଇଥାଏ । ଏହାଛଡା ଘରର ଗରିବୀ ଦୂର ହୋଇଥାଏ। ଆସନକୁ ସଫା ସୁତରା ରଖିବା ଜରୁରୀ।

ସୂର୍ଯ୍ୟ ଦେବତାଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଚମକିଥାଏ। ତେଣୁ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ପାଣି ଅର୍ଘ୍ୟ ଦେବା ଜରୁରୀ। କିନ୍ତୁସୂର୍ଯ୍ୟ ଉଦୟର ଅଧଘଣ୍ଟା ପରେ ଜଳ ପ୍ରଦାନ କରିବା ଫଳଦାୟୀ ହୋଇଥାଏ। ଏହାଦ୍ୱାରା ଆପଣଙ୍କ ମାନ ସମ୍ମାନ ବଢିଥାଏ।

ଆପଣ ଯେକୌଣସି ଦିଗରେ ବସି ପୂଜା ପାଠ କରିପାରିବେ ନାହିଁ। ସଠିକ୍‌ ଦିଗରେ ବସି ପୂଜା କରିବା ଦ୍ୱାରା ଜଲଦି ଲାଭ ମିଳିଥାଏ। ପୂଜା ସ୍ଥଳ ଘରର ସବୁବେଳେ ଉତ୍ତର ପୂର୍ବ ଦିଗରେ ହେବା ଜରୁରୀ। ଏହି ଦିଗ ପୂଜା ପାଇଁ ସବୁଠାରୁ ଭଲ ଦିଗ।

ସକାଳୁ ଉଠିବା ପରେ ଘରର ସଫା ସୁତରା କରି ଏବଂ ଗାଧୋଇବା ପରେ ପୂଜା ଅର୍ଚ୍ଚନା କରନ୍ତୁ। ବିନା ଗାଧୋଇ ପୂଜା କରିବା ଦ୍ୱାରା ଘଷର ଦରିଦ୍ରତା ଆସିଥାଏ ଏବଂ ମନ୍ଦିରର ଅଶୁଦ୍ଧ ହୋଇଥାଏ।