ବଜାର ନୁହେଁ ଘରେ ଏପରି ବନାନ୍ତୁ ବେସନ ବର୍ଫି, ଟେଷ୍ଟରେ ପୂରା ଜବରଦସ୍ତ

ମିଠା ଖାଇବାକୁ ଇଚ୍ଛା ହେଉଛି କି ତାହେଲେ ଏଥର ଆଉ ବଜାର ନୁହେଁ ବରଂ ଘରେ ବନାନ୍ତୁ ସୁଆଦିଆ ବେସନ ବର୍ଫି। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟପାଇଁ ମଧ୍ୟ ସେତିକି ହିତକର। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ବେସନ – ୨ କପ୍‌
  • ଅଳେଇଚ ପାଉଡର – ୧/୨ ଛୋଟ ଚାମଚ୍‌
  • ପିସ୍ତା ଲମ୍ବା ପତଳା ସ୍ଲାଇସରେ କଟା ହୋଇଥିବା – ୧୦ ରୁ ୧୨
  • ଆଲମଣ୍ଟ/ବାଦାମ୍‌ ଲମ୍ବା ପତଳା ସ୍ଲାଇସ୍‌ – ୧୦ ରୁ ୧୨ଟି
  • ଚିନି ପାଉଡର – ୧ କପ୍‌
  • ଦେଶୀ ଘିଅ – ୧ କପ୍‌

ପ୍ରସ୍ତୁତି ପ୍ରଣାଳୀ

  • ପିସ୍ତା ଏବଂ ବାଦାମ୍‌ ସ୍ଲାଇସରେ କାଟି ନିଅନ୍ତୁ।
  • ଏକ ନନ୍‌ ଷ୍ଟିକ୍‌ ପ୍ୟାନରେ ଘିଅ ଗରମ କରି ସେଥିରେ ବେସନ୍‌ ପକାନ୍ତୁ ଏବଂ ଧୀମା ଆଞ୍ଚରେ ଲଗାତର ଚଲାନ୍ତୁ।
  • ଦଶରୁ ପନ୍ଦର ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ କିମ୍ବା ଯେତେ ପର୍ଯ୍ୟନ୍ତ ବେସନର ରଙ୍ଗ ବଦଳିଛି ଏବଂ ବାସ୍ନା ଆସିଛି।
  • ଅଳେଇଚ ପାଉଡର, ବାଦାମ ଏବଂ ପିସ୍ତା ସ୍ଲାଇସ୍‌ ପକାଇ ମିଶାଇ ଦିଅନ୍ତୁ। ଆଞ୍ଚରୁ ବାହାର ବାହାର କରନ୍ତୁ ଏବଂ ଥଣ୍ଡା ହେବାକୁ ଦିଅନ୍ତୁ। ଏହାପରେ ପେଶା ହୋଇଥିବା ଚିନି ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
  • ଏକ ଟ୍ରେରେ ଅଳ୍ପ ଘିଅ ଲଗାନ୍ତୁ, ତାହା ଉପରେ ବେସନ ମିଶ୍ରଣ ପକାଇ ସମାନ ଭାବେ ମିଶାଇ ଦିଅନ୍ତୁ। ଥଣ୍ଡା ହେବାକୁ ଦିଅନ୍ତୁ, ଏହାପରେ ନିଜ ସେପ୍‌ ଆକାରରେ କାଟି ଦିଅନ୍ତୁ ଏବଂ ପରଷନ୍ତୁ। ଏହାକୁ ଏୟାରଟାଇଟ୍‌ କଣ୍ଟେନରରେ ରଖନ୍ତୁ।