ବିଜୟ ସେତୁପତିଙ୍କ ଫିଲ୍ମ ସେଟରେ ଦୁର୍ଘଟଣା, ଷ୍ଟଣ୍ଟ କରୁଥିବା ସମୟରେ ଖସିପଡିବାରୁ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ

ସାଉଥ ସୁପରଷ୍ଟାର ବିଜୟ ସେତୁପତି ଏବେ ଅପ୍କମିଂ ଫିଲ୍ମର ସୁଟିଂରେ ବ୍ୟସ୍ତ ରହିଛନ୍ତି । ହେଲେ ତାଙ୍କ ସୁଟିଂ ସେଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବିଜୟଙ୍କ ପାଇଁ ଷ୍ଟଣ୍ଟ କରୁଥିବା ବେଳେ ୫୪ବର୍ଷୀୟ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ହୋଇଛି। ସୁଟିଂ ସେଟରେ ହଠାତ୍ ଦୁର୍ଘଟଣା ଘଟିବାରୁ ଷ୍ଟଣ୍ଟମ୍ୟାନ୍ ଏସ୍ ସୁରେଶଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଲହରି ଖେଳିଯାଇଥିଲା। ଅନେକ ବଡ କଳାକାର ସୁରେଶଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ସାଉଥ ସୁପରଷ୍ଟାର ବିଜୟ ସେତୁପତିଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ର ପାଇଁ ସୁରେଶ ଷ୍ଟଣ୍ଟ କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଖବର ମୁତାବକ, ଫିଲ୍ମ ‘ବିଦ୍ୟୁତଲାଇ’ର ସୁଟିଂ ସମୟରେ ଏହି ଘଟଣା ଘଟିଛି। ବନ୍ଦାଲୁରରେ ଫିଲ୍ମର ସୁଟିଂ ଚାଲିଥିବା ବେଳେ ସୁରେଶ ମୁଖ୍ୟ ଷ୍ଟଣ୍ଟ ନିର୍ଦ୍ଦେଶକଙ୍କୁ ଷ୍ଟଣ୍ଟ କରିବାରେ ସାହାଯ୍ୟ କରୁଥିଲେ। ଫିଲ୍ମର ଦୃଶ୍ୟ ଅନୁଯାୟୀ, ସୁରେଶଙ୍କୁ ରଶି ସାହାଯ୍ୟରେ କ୍ରେନରେ ବନ୍ଧା ଯାଇଥିବା ବେଳେ ତାଙ୍କୁ ତଳକୁ ଡେଇଁବାର ଥିଲା। ହେଲେ ସୁଟିଂ ଆରମ୍ଭ ହେବା ପରେ ରଶି ଛିଡି ଯିବାରୁ ୨୦ଫୁଟ ଉପରୁ ତଳକୁ ପଡ଼ିଯାଇଥିଲେ ସୁରେଶ। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣା ନେଇ ଖବର ମିଳିବା ପରେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।
Tamil Nadu | A Kollywood stuntman, Suresh died in an accident during shooting on Dec 3, on the sets of film director Vetrimaaran’s film ‘Viduthala’. He was taken to a private hospital where he succumbed to his injuries: Police officials.
— ANI (@ANI) December 5, 2022
କେବଳ ସୁରେଶ ନୁହେଁ ଏହି ଘଟଣାରେ ଅନ୍ୟ ଲୋକ ମଧ୍ୟ ଆହତ ହୋଇଛନ୍ତି। କିନ୍ତୁ ସୁରେଶଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସୁରେଶ ବିଗତ ୨୫ ବର୍ଷ ଧରି ଷ୍ଟଣ୍ଟ ମ୍ୟାନ୍ ଭାବେ କାମ କରୁଥିଲେ। ସେ ଅନେକ ବିପଦପୂର୍ଣ୍ଣ ସିନ୍ ପାଇଁ ଷ୍ଟଣ୍ଟ କରିସାରିଛନ୍ତି। ଏହି ଫିଲ୍ମରେ ବିଜୟ ସେତୁପତିଙ୍କ ସହିତ ସୁରୀ ମଧ୍ୟ ମୁଖ୍ୟ ଭୂମିକାରେ ରହିଥିଲେ। ତେବେ ପୋଲିସ ଏବେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।
#Chennai: From the sets of director Vetrimaaran’s Viduthalai, where a Kollywood stuntman, Suresh died after a rope accident. The team was filming a train accident scene. pic.twitter.com/oQyWQQVIn8
— Srikkanth (@Srikkanth_07) December 3, 2022