ବଙ୍ଗୋପସାଗରେ ଭୂକମ୍ପ ଝଟକା : ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଭୂମିକମ୍ପ । ୫.୧ ତୀବ୍ରତା ଭୂକମ୍ପରେ ଥରିଲା ବାଂଲାଦେଶର ଢାକା । ଆଜି ସକାଳ ୮ଟା ୩୨ ମିନିଟରେ ଢାକା ସହ ବାଲାଂଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି । ଏହାର କେନ୍ଦ୍ର ସ୍ଥଳୀ ଥିଲା ବଙ୍ଗୋପସାଗର ।
Earthquake of Magnitude:5.1, Occurred on 05-12-2022, 08:32:55 IST, Lat: 19.14 & Long: 89.79, Depth: 10 Km ,Location: Bay of Bengal, India for more information Download the BhooKamp App https://t.co/urXZwR1TPe @Dr_Mishra1966 @Indiametdept @ndmaindia @PMOIndia @Ravi_MoES pic.twitter.com/FoGypWN6u1
— National Center for Seismology (@NCS_Earthquake) December 5, 2022
ପୁରୀରୁ ୪୨୧ କିଲୋମିଟର ପୂର୍ବ ଓ ଭୁବନେଶ୍ୱରରୁ ୪୩୪ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ସେହିପରି ପଶ୍ଚିମବଙ୍ଗର ହଳଦିଆରୁ ୩୭୦ କିଲୋମିଟର ଦୂର ଦକ୍ଷିଣ ଦକ୍ଷିଣ ପୂର୍ବ, କୋଲକାତାରୁ ୪୦୯ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ଥିଲା ଭୂକମ୍ପର ଉତ୍ପତ୍ତିସ୍ଥଳ । ତ୍ରିପୁରାର ବେଲୋନିଆରୁ ୪୮୯ କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମରେ କେନ୍ଦ୍ରସ୍ଥଳୀ ରହିଥିଲା । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ ।