ଭୋଟ ଦେଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା, ପଦ୍ମପୁର ବିକାଶ ପାଇଁ ଜନତାଙ୍କୁ ମତଦାନ ପାଇଁ କଲେ ଅପିଲ

ବରଗଡ଼ (କେନ୍ୟୁଜ): ଭୋଟ୍‌ ଦେଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ଲମ୍ବା ଲାଇନରେ ଆସିଥିଲେ । ପରିଚୟପତ୍ର ଦେଖାଇ ସାଧାରଣ ଲୋକଙ୍କ ଗହଣରେ ଭୋଟଦାନ କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ । ପଦ୍ମପୁରସ୍ଥିତ ରଜପଡା ସରକାରୀ ଉପ୍ରା ବିଦ୍ୟାଳୟର ୨୧ ନମ୍ବର ବୁଥ୍‌ରେ ମତଦାନ କରିଛନ୍ତି ବର୍ଷା । ଭୋଟ୍‌ ଦେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ଗଣତନ୍ତ୍ରରେ ଭୋଟ ଦେବା ସମସ୍ତଙ୍କ ଅଧିକାର। ପଦ୍ମପୁର ବିକାଶ ପାଇଁ ଜନତା ଭୋଟ ଦିଅନ୍ତୁ। ପୋଲିଂ ବୁଥ ଆସି ଭୋଟ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ବର୍ଷା । ଶାନ୍ତି ଶୃଙ୍ଖଳା ସହ ଚାଲିଛି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ। ସେପଟେ ସକାଳ ୯ଟା ସୁଦ୍ଧା ୮.୫% ମତଦାନ ହୋଇଛି। ମତଦାନ ନେଇ ସୂଚନା ଦେଇଛନ୍ତି ସିଇଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.