ସଂକ୍ରମଣକୁ ବ୍ରେକ ଲଗାଇବା ପାଇଁ ଜିଲ୍ଲାପାଳଙ୍କ ପଦକ୍ଷେପ, ୨୦ ରୁ ୩୧ ତାରିଖ ପର୍ଯ୍ୟନ୍ତ ଭଦ୍ରକରେ ତାଲାବନ୍ଦ

ଭଦ୍ରକ (କେନ୍ୟୁଜ) : ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନଏସି ହେଲା ଲକଡାଉନ। ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ କରିଛନ୍ତି ଘୋଷଣା। ଆସନ୍ତା ଜୁଲାଇ ୨୦ ତାରିଖ ଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ବଲବତ୍ତର ରହିବ ଲକଡାଉନ। ତେବେ ପୂର୍ବପରି ଜିଲ୍ଲାରେ ଶନିବାର ଏବଂ ରବିବାର ରହିବ ସପ୍ତାହନ୍ତ ସଟଡାଉନ।

ଲୋକଙ୍କ ସୁବିଧାକୁ ଧ୍ୟାନରେ ରଖି ସକାଳ ୫ ରୁ ଦିନ ୧ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପରିବା, କ୍ଷୀର, ମାଛ-ମାଂସ ଏବଂ ଔଷଧ ଦୋକାନ ଖୋଲା ରହିବ। ଲୋକାଲ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.