ରାତିରେ ଅଟୋ ଚାଳକଠୁ ଲୁଟ ଉଦ୍ୟମ କରୁଥିଲେ ୩ ରାଜପଥ ଲୁଟେରା, ଗିରଫ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ଦ୍ୱାରା ୩ ରାଜପଥ ଲୁଟେରା ଗିରଫ । ରାତିରେ ଅଟୋ ଚାଳକଠୁ ଲୁଟ ଉଦ୍ୟମ ଅଭିଯୋଗରେ ଗିରଫ କରିଛି ପୋଲିସ । ପାଣିକୋଇଲି ଅଞ୍ଚଳର ଅଟୋ ଚାଳକ ପ୍ରତାପ କୁମାର ଦଳେଇଙ୍କ ଠାରୁ ଡକାୟତି କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା ।
ପୁଣି ଏହି ଲୁଟେରା ଗ୍ୟାଙ୍ଗ ଅନ୍ୟ ଏକ ଅଟୋ ଚାଳକଙ୍କ ଠାରୁ ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ କାବୁ କରିନେଇଛି । ଏମାନଙ୍କ ନିକଟରୁ ଏକ ବନ୍ଧୁକ, ବାଇକ, ୩ଟି ମୋବାଇଲ ଫୋନ ଓ ନଗଦ ୫ ହଜାର ଟଙ୍କା ଜବତ କରିଛି । ଗିରଫ ଲୁଟେରା ହେଲେ ଧାମନଗର ଥାନା ହବିବନଗର ଓ ମୁନସିପାଟଣା ଗାଁର ଶେଖ୍ ସଇଫୁଦ୍ଦିନ, ଶେଖ୍ ସଲିମୁଦ୍ଦିନ ଓ ଶେଖ୍ ନାମକୁଲ୍ଲା । ପୋଲିସ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।