Below header

ବିଶ୍ୱ ବଜାରରେ ପହଞ୍ଚିବ ଓଡ଼ିଶା ମହିଳାଙ୍କ ପ୍ରଡକ୍ଟ, ଫ୍ଲିପକାର୍ଟ ଓ ଆଇବିଏସ ସହ ଚୁକ୍ତି ସ୍ୱାକ୍ଷର

କେନ୍ୟୁଜ୍(ବ୍ୟୁରୋ): ଏସଏଚଜିରୁ ଏସଏମଇ । ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ଏସଏସଜିକୁ ଏସଏମଇରେ ରୂପାନ୍ତରିତ କରିବା । ମହିଳାଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟକୁ ବିଶ୍ୱବଜାରରେ ପହଞ୍ଚାଇବା ପାଇଁ ଫ୍ଲିପକାର୍ଟ ଓ ଆଇବିଏସ ସହ ଏବଂ ଦକ୍ଷତା ବଢାଇବାକୁ ବିୟୁଟି ଆଣ୍ଡ ୱେଲନେସ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ପ୍ରଥମେ କଟକ, ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁରରେ ତାଲିମ କେନ୍ଦ୍ର ଖୋଲି ପ୍ରାଥମିକ ପର୍ଯ୍ୟାୟରେ ୧୫ହଜାର ମହିଳାଙ୍କୁ ତାଲିମ ଦିଆଯିବ । ୫ଟି ସଂସ୍ଥା ସହ MOU ସ୍ୱାକ୍ଷରିତ ହୋଇଛି। ଆଉ ୩ଟି MOU ସପ୍ତାହେ ବା ୨ ସପ୍ତାହ ମଧ୍ୟରେ ହେବ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.