ନୂଆ ବର୍ଷରେ କିଣିବାକୁ ଚାହୁଁଛନ୍ତି କି ପ୍ଲଟ୍‌ କିମ୍ବା ଘର , ତେବେ ଏପରି ଆକାର ପ୍ଲଟ ବା ଘର ଉପରେ ରଖନ୍ତୁ ଧ୍ୟାନ

କୁହାଯାଏ ନୂଆବର୍ଷ କିଛି ନୂଆ ଆଶା ଓ ଆକାଂକ୍ଷା ନେଇ କରି ଆସିଥାଏ । ୨୦୨୩ ରେ ମଧ୍ୟ ଆପଣ କିଛି ନୂଆ ଯୋଜନା କରିଥିବେ । ନୂଆ ବର୍ଷରେ ଯଦି ଆପଣ କିଛି ଘର କିମ୍ବା ପ୍ଲଟ କିଣିବାକୁ ଯୋଜନା କରିଛନ୍ତି, ତେବେ ନିଶ୍ଚିତ ବାସ୍ତୁ ନିୟମ ପ୍ରତି ଧ୍ୟାନ ରଖନ୍ତୁ । ଜାଣିବା ପାଇଁ ଏହି ପାଠଟିକୁ ପଢ଼ିବା ଦରକାର । କାରଣ ଲୋକେ ବିନା ଚିନ୍ତା କରି ଫ୍ଲାଟ ଓ ପ୍ଲଟ କିଣିଥାନ୍ତି ।

ପରେ ବାସ୍ତୁ ଦୋଷ ହେବା ଯୋଗୁ ପସ୍ତାଇଥାନ୍ତି । ନୂଆ ଘର କିଣିବା ପରେ ଖୁସୀ ହେବା ଯାଗାରେ ଚିନ୍ତାରେ ପଡିଥାନ୍ତି । ଏମିତିରେ ଆପଣ ନୂଆ ଘର ଯଦି ନୂଆ ବର୍ଷରେ କିଣିବାକୁ ଚାହୁଁଛନ୍ତି, ତେବେ ପ୍ଲଟ ଆକାର ଉପରେ ଧ୍ୟାନ ଦିଅନ୍ତୁ । ବାସ୍ତୁ ଅନୁସାରେ ହିଁ ପ୍ଲଟ କିଣନ୍ତୁ ।

ବାସ୍ତୁ ଅନୁସାରେ କେମିତି ହେବା ଦରକାର ପ୍ଲଟ

• ବର୍ଗାକାର ପ୍ଲଟ – ଯେଉଁ ପ୍ଲଟର ଦୀର୍ଘ ଓ ପ୍ରସ୍ଥ ସମାନ ହୋଇଥାଏ ଓ ସବୁ କୋଣ ସମାନ ହୋଇଥାଏ, ଏହାକୁ ସବୁଠୁ ଉତ୍ତମ ପ୍ଲଟ ମନାଯାଇଥାଏ । ଏମିତି ପ୍ଲଟରେ ଘର ତିଆରି କରିବା କିମ୍ବା କିଛି ବ୍ୟବସାୟ ଆରମ୍ଭ କରିବା ଲାଭ ହୋଇଥାଏ ।

• ଆୟତାକାର ପ୍ଲଟ – ଏମିତି ପ୍ଲଟ ଯାହାର ଲମ୍ବ ସହ ଲମ୍ବ ଓ ପ୍ରସ୍ଥ ସହ ପ୍ରସ୍ଥ ସମାନ ଥିବ, ଏଥି ସହିତ କୋଣ ୯୦ ଡିଗ୍ରୀ ଥିବ, ତାହାଲେ ଏହାକୁ ଆୟତାକାର ପ୍ଲଟ କୁହାଯିବ ।

• ବୃତ୍ତାକାର ପ୍ଲଟ – ଏହି ପ୍ରକାର ପ୍ଲଟ କୌଣସି ପ୍ରକାରେ ଭଲ ନୁହେଁ । ବ୍ୟବସାୟ କିମ୍ବା ଘର ବନାଇବା ପାଇଁ ଏହା ଅଶୁଭ ହୋଇଥାଏ ।

• ତ୍ରିଭୁଜାକାର ପ୍ଲଟ – ଏହା ମଧ୍ୟ ବାସ୍ତୁ ଅନୁସାରେ ଶୁଭ ନୁହେଁ । ଏଠାରେ ରହୁଥିବା ଲୋକଙ୍କୁ ସର୍ବଦା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏପରି ପ୍ଲଟ ବ୍ୟବସାୟ ପାଇଁ ମଧ୍ୟ ଅନୁକୁଳ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.