Below header

କେମିତି ବିତିବ ଆପଣଙ୍କ ଦିନ ? ପ୍ରେମ, ପରିବାର, ଶିକ୍ଷା କ୍ଷେତ୍ରରେ ରାଶିର ପ୍ରଭାବ କିପରି ରହିବ ଜାଣନ୍ତୁ

ମେଷ : ଆଜି ଆପଣ ଶାରୀରିକ ତଥା ମାନସିକରୂପରେ ଅସୁସ୍ଥତା ଅନୁଭବ କରିପାରନ୍ତି। କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବାର ଉପଦେଶ ଦିଆଯାଉଛି। ଖାଇବା ପିଇବାରେ ସତର୍କ ରୁହନ୍ତୁ, ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସମ୍ଭବ ହେଲେ ଯାତ୍ରା ଟାଳି ଦିଅନ୍ତୁ। ନିଶ୍ଚିତ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଅସୁବିଧା ଆସିପାରେ।

ବୃଷ : ଆଜି ଆପଣ ଆଲସ୍ୟ ଏବଂ ବ୍ୟଗ୍ର ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା କାମ ବିଗିଡ଼ି ପାରେ। ଚାକିରି, ବ୍ୟାପାର କିମ୍ବା ଘରେ କାହାକୁ ଦୁଃଖ ଯେପରି ନ ପହଁଞ୍ଚିବ ଏହାର ଧ୍ୟାନ ରଖିବେ।

ମିଥୁନ : ଆଜି ସମଗ୍ର ଦିନ ଆନନ୍ଦପୂର୍ଣ୍ଣ ରହିବ। ନିଜର କାର୍ଯ୍ୟ ବ୍ୟବସ୍ଥିତ ରୂପରେ କରି ଆପଣ ଆଗକୁ ବଢ଼ି ପାରିବେ ଏବଂ ଯୋଜନା ଅନୁସାରେ କାର୍ଯ୍ୟ କରି ପାରିବେ। ଅସଂପୂର୍ଣ୍ଣ କାର୍ଯ୍ୟକୁ ସଫଳତା ପୂର୍ବକ ପୂର୍ଣ୍ଣ କରି ପାରିବେ। କାର୍ଯ୍ୟାଳୟରେ ସହକର୍ମିମାନଙ୍କର ସହଯୋଗ ଭଲ ମିଳିବ।

କର୍କଟ : ଆଜିର ଦିନ ମଧ୍ୟମ ରହିବ। ଜୀବନସାଥୀ ଏବଂ ସନ୍ତାନମାନଙ୍କର ବିଷୟରେ ଚିନ୍ତା ହୋଇପାରେ। ସ୍ଵାସ୍ଥ୍ୟ କିଛି ନରମ-ଗରମ ରହିବ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ । ସମ୍ଭବ ହେଲେ ବାଦ-ବିବାଦ ଟାଳନ୍ତୁ, ମନମାଳିନ୍ୟର ପ୍ରସଙ୍ଗ ଉପସ୍ଥିତ ନ ହେଉ ଏହା ଧ୍ୟାନ ରଖିବେ।

ସିଂହ : ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜିର ଦିନ ଆପଣଙ୍କପାଇଁ ସଫଳତା ପ୍ରଦାନ କରିବ। ପରିଜନମାନଙ୍କ ସହିତ ସମୟ ସୁଖ ପୂର୍ବକ ବିତିବ। ଆବଶ୍ୟକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ତଥାପି ଆର୍ଥିକ ଲାଭ ପାଇଁ ଭଲ ଦିନ ।

କନ୍ୟା : ଆଜି ଆପଣ ସମ୍ଭାଳିକରି ଚାଲିବେ। ଛାତିରେ ପୀଡ଼ା ଅଥବା ଅନ୍ୟ ଯନ୍ତ୍ରଣାରୁ ମଧ୍ୟ କଷ୍ଟର ଅନୁଭୂତି ହୋଇପାରେ। ଘରେ ସଦସ୍ୟମାନଙ୍କ ସହିତ ଉଗ୍ର ଚର୍ଚ୍ଚା କିମ୍ବା ବାଦ-ବିବାଦ ନହେଉ ଏହାର ଧ୍ୟାନ ରଖିବେ। ଧନ ଅଧିକ ଖର୍ଚ୍ଚ ହୋଇପାରେ। ମାନ-ସମ୍ମାନ ପ୍ରତି ଧ୍ୟାନ ରଖିବେ।

ତୁଳା : ଆପଣ ଶାରୀରିକ ତଥା ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ପରିବାରର ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟକୁ ନେଇ କରି ସାବଧାନ ରହିବେ। କୌଣସି କାଗଜପତ୍ର ଉପରେ ହସ୍ତାକ୍ଷର କରିବା ସମୟରେ ସାବଧାନ ରହିବେ। ଧନ ଖର୍ଚ୍ଚ ଯୋଗ ଅଛି।

ବିଛା : ଆପଣଙ୍କପାଇଁ ଆଜିର ଦିନ ଶୁଭ ରହିବ। ବାଣୀର ମଧୁରତାରେ ଦ୍ୱିତୀୟ ଲୋକଙ୍କର ମନରେ ନିଜର ସକାରାତ୍ମକ ଛାପ ଛାଡ଼ି ପାରିବେ। ପାରିବାରିକ ବାତାବରଣ ମଧ୍ୟ ଭଲ ରହିବ। ଆର୍ଥିକ କାର୍ଯ୍ୟ ମଧ୍ୟ ଆଜି ସୁଖ ପୂର୍ବକ ସଂପନ୍ନ ହେବ। ନକାରାତ୍ମକ ବିଚାରରୁ ଆପଣ ଦୂରରେ ରୁହନ୍ତୁ।

ଧନୁ : ଆଜିର ଦିନ ମଉଜ ସଉକ ଏବଂ ମନୋରଞ୍ଜନ ପଛରେ ଅର୍ଥ ଖର୍ଚ୍ଚ ହୋଇପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। କୁଟୁମ୍ବଜନମାନଙ୍କ ଏବଂ ପରିଜନମାନଙ୍କ ସହିତ ଭୁଲ ବୁଝାବଣା କିମ୍ବା ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। କୋର୍ଟ-କଚେରୀ ସମ୍ବନ୍ଧୀତ କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ।

ମକର : ଆଜି ନିର୍ଦ୍ଧାରିତ କରାଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଲକ୍ଷ୍ମୀଙ୍କ କୃପା ରହିବ। ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଆପଣଙ୍କୁ ପ୍ରସନ୍ନ ରଖିବ। କୌଣସି ଯାତ୍ରା ସ୍ଥଳକୁ ଭ୍ରମଣ କରିବାର ସମ୍ଭାବନା ଅଛି। ସ୍ଵଜନମାନଙ୍କ ସହିତ ମିଳିବାରେ ମନ ଆନନ୍ଦିତ ରହିବ।

କୁମ୍ଭ : ପାରିବାରିକ ସଦସ୍ୟମାନଙ୍କ ସହିତ ସୁଖ ଶାନ୍ତିରେ ଦିନ କଟିବ। ତାଙ୍କର ସହଯୋଗ ମିଳିବ। ସ୍ତ୍ରୀ ମିତ୍ରମାନଙ୍କର ବିଶେଷ ସହାୟତା ପ୍ରାପ୍ତ କରି ପାରିବେ। ଦୂରସ୍ଥ ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ସଂପର୍କ କିମ୍ବା ସଂଦେଶ ବ୍ୟବହାର ଲାଭଦାୟକ ପ୍ରମାଣିତ ହେବ।

ମୀନ : ଆଜିର ଲାଭଦାୟକ ଦିନରେ ଆପଣଙ୍କ ବୈଚାରିକ ସମୃଦ୍ଧି ବଢ଼ିବ। ବାକ୍ ଚାତୁରୀ ଏବଂ ମିଠା ବାଣୀରେ ଆପଣ ଲାଭପ୍ରଦ ହେବେ ଏବଂ ସୌହାର୍ଦ୍ରପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ପାରିବେ। ଉତ୍ତମ ଭୋଜନ, ଭେଟ ଉପହାର ଏବଂ ବସ୍ତ୍ରର ପ୍ରାପ୍ତି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.