Below header

ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଦକ୍ଷିଣପୂର୍ବ ଭାରତରେ ପଡ଼ିବ ପ୍ରଭାବ

କେନ୍ୟଜ୍(ବ୍ୟୁରୋ): ଶୀତ ଦିନେ ଲଘୁଚାପ । ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାପରେ ସମ୍ଭାବ୍ୟ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଅଧିକ ଘନୀଭୂତ ହେବ ଲଘୁଚାପ । ୭ ତାରିଖ ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବ । ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଆଗକୁ ଗତି କରିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ ଡିପ୍ରେସନ୍‌ । ୮ ତାରିଖ ସକାଳେ ତାମିଲନାଡୁ-ପୁଡୁଚେରୀ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ ସମ୍ଭାବ୍ୟ ଅବପାତ ।

ସମାନ ଆକଳନ କରିଛି ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ଲଘୁଚାପ ଅବପାତରେ ପରିଣତ ହୋଇପାରେ । ଏହା ସାମୁଦ୍ରିକ ଝଡ଼ର ରୂପ ନେବାର କୌଣସି ସମ୍ଭାବନା ନାହିଁ । ଆମେରିକା ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର୍‌ ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲ୍‌ସ ବଙ୍ଗୋପସାଗରରେ ବାତ୍ୟା ପୂର୍ବାନୁମାନ କରିଛନ୍ତି । ତାଙ୍କ ଆକଳନ କହୁଛି, କାଲି ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ହୋଇପାରେ ଡିପ୍ରେସନ୍‌ କିମ୍ବା ବାତ୍ୟା । ଦକ୍ଷିଣପୂର୍ବ ଭାରତରେ ଏହାର ପ୍ରଭାବ ପଡ଼ିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.