ଶିଲ୍ପ ସମୃଦ୍ଧ ପାଇଁ ଓଡିଶା ଦେଖିଲା ସ୍ବପ୍ନ, ୧୦ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଗ୍ରହୀ ନିବେଶକ

କେନ୍ୟୁଜ୍(ବ୍ୟୁରୋ):ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରୁ ମିଳିଛି ବଡ଼ ସଫଳତା । ମୋଟ୍‌ ୧୦ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଗ୍ରହ ଆସିଛି । ଏହାଦ୍ୱାରା ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାଢ଼େ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ମୋଟ୍‌ ୭୪୧ ନିବେଶ ପ୍ରସ୍ତାବ ଆସିଛି । ଉଦଯାପନୀ ଭାଷଣରେ ଏହାକୁ ବଡ଼ ସଫଳତା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କନକ୍ଲେଭ୍‌ ଉଭୟ ନିବେଶକ ଓ ରାଜ୍ୟ ପାଇଁ ଓ୍ଵିନ୍‌ ଓ୍ଵିନ୍‌ ସିଚୁଏସନ୍‌ ଆଣିବ । ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି, ଏହି ପୁଞ୍ଜି ବିନିଯୋଗକୁ କାର୍ଯ୍ୟକାରୀ କରିବା ଏବଂ ଓଡ଼ିଶାକୁ ଏକ ନୂତନ ଅଭିବୃଦ୍ଧି ଯୁଗକୁ ନେବା ।

ପୂର୍ବ ଅପେକ୍ଷା ଅଧିକ ସହଯୋଗ ପାଇଁ ନିବେଶକଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ନିବେଶ ନେଇ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ମିନେରାଲ୍ସ, ମେଟାଲ୍ସ ଓ ଡାଉନଷ୍ଟ୍ରିପ୍‌ କ୍ଷେତ୍ରରେ ସର୍ବାଧିକ ୫ଲକ୍ଷ ୫୦ ହଜାର କୋଟିର ୧୪୫ ନିବେଶ ପ୍ରସ୍ତାବ ଆସିଛି । ଶକ୍ତି ଏବଂ ଅକ୍ଷୟ ଶକ୍ତି ଓ ଗ୍ରୀନ୍‌ ଏନର୍ଜୀରେ ୨ଲକ୍ଷ ୩୮ହଜାର ୪୫୫ କୋଟି, ସାର, ପେଟ୍ରୋକେମିକାଲ୍ସ, କେମିକାଲ୍‌ ଓ ପ୍ଲାଷ୍ଟିକ କ୍ଷେତ୍ରରେ ୭୬ହଜାର ୮୦ କୋଟି ଟଙ୍କାର ନିବେଶ ନେଇ ଆଗ୍ରହ ଆସିଛି । ୩ ଦିନର ସମ୍ମିଳନୀରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଓ ଜେଏସଡବ୍ଲୁ ଷ୍ଟିଲରେ ସବୁଠୁ ଅଧିକ ନିବେଶ ହୋଇଛି । ସମ୍ପୂର୍ଣ୍ଣ କନକ୍ଲେଭରେ ୧୦ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.