ଭିତରକନିକା ଜାତୀୟ ଉଦ୍ୟାନରେ ଚାଲିଛି ପକ୍ଷୀ ଗଣନା, ୧୭ ଟି ଟିମ୍‌ ସାମିଲ

ରାଜନଗର (କେନ୍ୟୁଜ): ପକ୍ଷୀ ମାନଙ୍କ କଳରବରେ ମୁଖରିତ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ନୀଳ ଆକାଶରେ ଦଳ ଦଳ ହୋଇ ଉଡିବାର ଦୃଶ୍ୟ ପ୍ରକୃତିର ସୌନ୍ଦର୍ଯ୍ୟ କୁ ଦ୍ଵିଗୁଣିତ କରିଛି । ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ । ଗତବର୍ଷ ପକ୍ଷୀ ୧୪୪ ପ୍ରଜାତିର ମୋଟ ୧ଲକ୍ଷ ୩୮ହଜାର ୧୦୭ ଟି ପକ୍ଷୀ ଆସିଥିଲେ ।

ଚଳିତ ବର୍ଷ ଅଧିକ ପକ୍ଷୀ ଗଣନା କରାଯିବା ନେଇ ଆଶା ରଖିଛି ବନବିଭାଗ । ବିଦେଶାଗତ ପକ୍ଷୀ ଗଣନା ପାଇଁ ୧୭ଟି ଟିମ୍ ଗଠନ କରାଯାଇଥିବା ବେଳେ ପ୍ରତି ଟିମ୍ ରେ ୪ ରୁ ୫ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଏହି ଗଣନା ପାଇଁ ଗତକାଲି ରାଜନଗର ବନଖଣ୍ଡ କାର୍ଯ୍ୟାଳୟରେ ପ୍ରାଣୀ ବିଜ୍ଞାନୀ ଡଃ ଶିବ ପ୍ରସାଦ ପରିଡା ଙ୍କ ନେତୃତ୍ୱରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ରାଜନଗର ବନଖଣ୍ଡ ର ୫ଟି ରେଞ୍ଜରେ ଗଣନା କରାଯାଉଛି । ଭିତରକନିକା,ଗହୀରମଥା ଖୋଳା,ସାତଭାୟା ,ରାଜନଗର,ଚିଞ୍ଚିରି ମୁହାଣ, ଧାମରା ମୁହାଣ ଓ ପାରାଦୀପ ଆଦି ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.