Below header

୨୭ରୁ ଆରମ୍ଭ ହେବ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଶେଷ

୨୭ରୁ ଆରମ୍ଭ ହେବ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ୫ ତାରିଖରେ ସରିବ ବାଲିଯାତ୍ରା। ହଜିଥିବା ପରମ୍ପରାକୁ ଆଗକୁ ଆଣିବ ବାଲିଯାତ୍ରା କମିଟି। ବାଲିଯାତ୍ରାକୁ ନେଇ ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଭୁବନେଶ୍ବର (କେନ୍ୟୁଜ): ୨୭ରୁ ଆରମ୍ଭ ହେବ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ୫ ତାରିଖରେ ସରିବ ବାଲିଯାତ୍ରା। ହଜିଥିବା ପରମ୍ପରାକୁ ଆଗକୁ ଆଣିବ ବାଲିଯାତ୍ରା କମିଟି। ବଲିଉଡ ଓ ଓଲିଉଡ ନାଇଟରେ ଝୁମିବେ ରାଜଧାନୀବାସୀ। ବାଲିଯାତ୍ରାକୁ ନେଇ ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ କମିଟିର ସଦସ୍ୟ ଓ ବିଭିନ୍ନ ବିଭାଗରର ଅଧିକାରୀମାନେ ଉପସ୍ଥିତି ଥିଲେ।

ଆଲୋଚନାରେ ମୁଖ୍ୟତଃ ହାଇଟେକ୍ ଛକ ତଥା ଜାତୀୟ ରାଜପଥ-୧୬ରୁ ବାଲିଯାତ୍ରା ପଡ଼ିଆକୁ ଯାଉଥିବା ଲୋକେ ରାତିରେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ହୋଇଛି । ସୁପରିଚାଳନା ପାଇଁ କମିଟିର ୪୦୦ ସ୍ୱେଚ୍ଛାସେବୀଙ୍କ ସହ ପୁଲିସ ମିତ୍ର, ରିଜର୍ଭ ପୁଲିସ, କମିସନରେଟ୍ ପୁଲିସର କର୍ମଚାରୀ ସାମିଲ ହେବେ । ସମ୍ପୂର୍ଣ୍ଣ ପଡ଼ିଆରେ ପ୍ରାୟ ଶହେ ସିସିଟିଭି କ୍ୟାମେରା ଲାଗିବ । ବାଲିଯାତ୍ରକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ି ଥିଲେ ବିଧାୟକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.