କେରଳର ରାଜରାସ୍ତାରେ ମନକୁ ଚାଲୁଛି ଜଳନ୍ତା କାର, ଭିଡିଓ ହେଉଛି ଭାଇରାଲ

ଏକ ଜଳନ୍ତା ମାରୁତି ସୁଜୁକି ଓମନି ଭ୍ୟାନ କେରଳର ରାସ୍ତାରେ ଯାଉଥିବାର ଦେଖାଯାଇଛି । ପ୍ରବଳ ଅଗ୍ନିକାଣ୍ଡରେ ଭ୍ୟାନଟି ରାସ୍ତାରେ ଗତି କରୁଥିବାର ଦେଖିବାକୁ ମିଳିଛି କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହାର ଚାଳକ କେହି ବି ନଥିଲେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ରାଜରାସ୍ତାରେ ମନକୁ ଚାଲୁଛି ଜଳନ୍ତା କାର । ଦର୍ଶକବନ୍ଧୁ ଆପଣ ମାନେ ନିଶ୍ଚିତ ଭାବୁଥିବେ ଯେ ଏହା କିଭଳି ଭାବେ ସମ୍ଭବ!! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏକ ଜଳନ୍ତା ମାରୁତି ସୁଜୁକି ଓମନି ଭ୍ୟାନ କେରଳର ରାସ୍ତାରେ ଯାଉଥିବାର ଦେଖାଯାଇଛି । ପ୍ରବଳ ଅଗ୍ନିକାଣ୍ଡରେ ଭ୍ୟାନଟି ରାସ୍ତାରେ ଗତି କରୁଥିବାର ଦେଖିବାକୁ ମିଳିଛି କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହାର ଚାଳକ କେହି ବି ନଥିଲେ ।

ତେବେ ଏଭଳି ଏକ ଅଭାବନୀୟ ଘଟଣା ନିକଟରେ କେରଳର ଥିରୁଅନନ୍ତପୁରମରେ ଘଟିଛି । ଏହି ପୁରା ଘଟଣା କ୍ୟାମେରାରେ କଏଦ ହୋଇଛି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଳନ୍ତା କାରଟି ବିନା ଡ୍ରାଇଭରରେ ମନକୁ ମନ ଚାଲୁଥିବାର ନଜର ଆସିଛି । ଭିଡିଓ ଦେଖି ୟୁଜର୍ସ ମାନେ ଏଥିରେ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି । ବିନା ଡ୍ରାଇଭରରେ ଜଳନ୍ତା କାରଟି ମନକୁ ଚାଲୁଥିବାର ଦେଖି ୟୁଜର୍ସ ଏହାକୁ ଭୂତିଆ କାର ବୋଲି କହିଛନ୍ତି । କିନ୍ତୁ ଅସଲରେ ଏହି ଘଟଣା ସମ୍ପୂର୍ଣ୍ଣ ଭିନ୍ନ ।

 

View this post on Instagram

 

A post shared by @abdul_samad.k


ସୂଚନା ମୁତାବକ ରାସ୍ତାରେ ଯାଉଥିବା ସମୟରେ ଏହି ଚଳଚଞ୍ଚଳ ଭ୍ୟାନଟିରେ ହଠାତ ନିଆଁ ଲାଗିଯାଇଥିଲା । ଗାଡିରେ ନିଆଁ ଲାଗିବା ପରେ ଡ୍ରାଇଭର ଜଣକ ସୁରକ୍ଷିତ ଭାବରେ ପଳାୟନ କରିଥିଲେ । ଯେତେବେଳେ ଡ୍ରାଇଭର ଜଣକ ପ୍ରଥମେ ଭ୍ୟାନରେ ନିଆଁ ଲାଗି ଥିବାର ଅନୁଭବ କରିଥିଲେ ଡରିଯାଇ ସେ ଗାଡିକୁ ବନ୍ଦ କରିବାକୁ ସୁଯୋଗ ପାଇନଥିଲେ ଏବଂ ଜୀବନ ବଞ୍ଚାଇ ତୁରନ୍ତ ଗାଡ଼ିରୁ ଓଲ୍ହାଇ ପଡିଥିଲେ ।

ସେହି କାରଣରୁ ଗାଡିଟି ମନକୁ ମନ ରାସ୍ତାରେ କିଛି ସମୟ ପର୍ଯ୍ୟନ୍ତ ଚାଲିଥିଲା । ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ କେହି ବି ଆହତ ହୋଇନାହାନ୍ତି । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଯଦିଓ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି ।

ସୂଚନାଯୋଗ୍ୟ, ମାରୁତି ସୁଜୁକି ୧୯୮୪ରେ ଏହି ମାରୁତି ସୁଜୁକି ଓମନି ଭ୍ୟାନକୁ ଇଣ୍ଟରଡ୍ୟୁସ କରାଇଥିଲା । କମ ସମୟ ମଧ୍ୟରେ ହି ଏହି ମଡେଲଟି ସମଗ୍ର ଭାରତରେ ଖୁବ ଲୋକପ୍ରିୟତା ହାସଲ କରିଥିଲା । ବଲିଉଡ ଫିଲ୍ମମାନଙ୍କରେ ଏହି କାରଟି ‘ଅପହରଣକାରୀଙ୍କ କାର’ ଭାବେ ବେସ ଜଣାଶୁଣା । ଭାରତୀୟ ମାର୍କେଟରେ ଦୀର୍ଘ ୩୫ ବର୍ଷ ଚାଲିବା ପରେ ମାରୁତି ସୁଜୁକି ଆଇକୋନିକ ଓମନି ଭ୍ୟାନକୁ ୨୦୧୯ରେ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.