ଭୁବନେଶ୍ୱର ସାଇବର୍ କ୍ରାଇମ ହେଲ୍ପ ଡେସ୍କ ସଫଳତା: ଏପ୍ରିଲ ମାସରେ ଠକଙ୍କ ଠାରୁ ୯,୬୯,୫୬୩ ଟଙ୍କା ଆଣି ହରାଇଥିବା ଲୋକଙ୍କୁ ଦେଇଛି

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ଏପ୍ରିଲ ମାସରେ ସର୍ବମୋଟ ୩୧୩ଟି ଅଭିଯୋଗ ହୋଇଥିଲା। ସେଥି ମଧ୍ୟରୁ ଭୁବନେଶ୍ୱରରୁ ୨୬୧ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୫୨ଟି କଲ ଗ୍ରହଣ କରାଯାଇଥିଲା । କେବଳ ଭୁବନେଶ୍ୱରରୁ ୧୧୪ଟି UPI Fraud ଏବଂ ୭୪ଟି Credit / Debit Card fraud ରିପୋର୍ଟ ଏବଂ ଅନ୍ୟ ୭୩ଟି ଅନଲାଇନ ଠକେଇ ଅଭିଯୋଗ ହୋଇଥିଲା । ଗତ ଏପ୍ରିଲ ମାସରେ ବିଭିନ୍ନ ଅଭିଯୋଗ ମାଧ୍ୟମରେ  ୭୬,୫୫,୬୬୧/- ଟଙ୍କା ପରିମାଣର ଠକେଇ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୦୨ ଟି ମାମଲା ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା ।

ଅଭିଯୋଗକାରିମାନଙ୍କୁ ଗତ ମାସରେ ସର୍ବ ମୋଟ ୯,୬୯,୫୬୩  ଟଙ୍କା ଫେରସ୍ତ କରାଯାଇଥିବା ବେଳେ ମୋଟ ୧,୩୧,୫୬୬ ଟଙ୍କା ବ୍ଲକ କରାଯାଇଛି। ଏପ୍ରିଲ ମାସରେ ଅନଲାଇନ ଠକାମୀର ଶିକାର ହୋଇଥିବା ୩୨ଜଣ ଅଭିଯୋଗକାରୀଙ୍କର ସମ୍ପୂର୍ଣ  ଓ ଆଂଶିକ ଅର୍ଥରାଶି ଫେରସ୍ତ କରାଯାଇ ପାରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.