Below header

ଦେଖାଇଲେ ମହାନତା : ଗାଡିରୁ ଓହ୍ଲେଇ ଦୃଷ୍ଟିହୀନ ଯୁବକଙ୍କୁ ରାସ୍ତା ପାର କରାଇଲେ ଭୁବନେଶ୍ୱର ଡିସିପିଙ୍କ ପିଏସଓ

ଭୁବନେଶ୍ବର: ଆଜି ଅଫିସ୍‌ ଯିବା ବେଳେ ଅଚାନକ ରାସ୍ତା ଉପରେ ଅଟକି ଗଲା ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶଙ୍କ ଗାଡ଼ି । କେହି କିଛି ବୁଝିବା ପୂର୍ବରୁ ଡିସିପିଙ୍କ ପିଏସଓ ଗାଡ଼ିରୁ ଓହ୍ଲାଇ ଆସିଲେ । ସେତେବେଳେ ରାସ୍ତା ଉପରେ ଦୁଇ ଜଣ ଯୁବକଙ୍କୁ ହାତ ଧରି ରାସ୍ତା ପାରି କରାଇଦେଲେ । ସେମାନେ ଥିଲେ ଦୃଷ୍ଟିହୀନ । ଭୁବନେଶ୍ୱର ରାମ ମନ୍ଦିର ଛକ ନିକଟରେ ଏହି ଘଟଣା ଘଟିଛି ।

ଦୁଇ ଦୃଷ୍ଟିହୀନ ଯୁବକ ରାସ୍ତା ପାରି ହେବା ପାଇଁ ଅପେକ୍ଷା କରିଥିଲେ । ସେହି ସମୟରେ ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ସେହି ବାଟ ଦେଇ ଅଫିସ ଯାଉଥିଲେ। ତାଙ୍କ ଉପରେ ନଜର ପଡ଼ିଯିବାରୁ ସେ ତୁରନ୍ତ ଗାଡ଼ି ରଖି ପିଏସଓଙ୍କୁ ପଠାଇ ଦୁଇ ଯୁବକଙ୍କୁ ରାସ୍ତାର ଆର ପଟକୁ ନେଇ ଯାଇଥିଲେ । ଡିସିପିଙ୍କ ଗାଡି ଅଟକିବା ଦେଖି ରାସ୍ତାରେ ଯାଉଥିବା ଲୋକ ବି କିଛି ସମୟ ପାଇଁ ଅଟକି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.