ଶାଢି ପିନ୍ଧି ସମୁଦ୍ର କୂଳରେ ଏମିତି ଷ୍ଟଣ୍ଟ କଲେ ବଲିଉଡ ଅଭିନେତ୍ରୀ, ଦେଖିବା ପରେ ମଧ୍ୟ ଆଖିକୁ ବିଶ୍ବାସ କରିପାରିବେନି

ବଲିଉଡର ଚୁଲବୁଲି ଅଭିନେତ୍ରୀ ଅଦା ଶର୍ମା ସବୁବେଳେ ଫିଲ୍ମ ସହ ସୋସିଆଲ ମିଡ଼ିଆରେ ବି ଖୁବ୍ ଆକ୍ଟିଭ୍ । ସେ ଅନେକ ସମୟେ ନିଜର ଫଟୋ ଓ ଭିଡ଼ିଓ ପ୍ରଶଂସକଙ୍କ ସହ ସେୟାର କରିବା ଦେଖିବାକୁ ମିଳେ। ନିକଟରେ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଅଦା ଶର୍ମା ଶାଢ଼ି ପିନ୍ଧି ସମୁଦ୍ର କୂଳରେ କାର୍ଟହ୍ୱିଲ୍ କରିବାର ନଜର ଆସୁଛନ୍ତି। ଭିଡ଼ିଓରେ ଏକ ପିଙ୍କ୍ କଲର ଶାଢ଼ି ପିନ୍ଧିଥିବାର ଅଦା ଶର୍ମାଙ୍କୁ ଦେଖିବାକୁ ମିଳୁଛି।

ଅଦା ଶର୍ମାଙ୍କର ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଅଭିନେତ୍ରୀଙ୍କର ଏହି ଭିଡ଼ିଓରେ ଲୋକେ ଖୁବ୍ କମେଣ୍ଟ କରୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଭିଡ଼ିଓରେ ଶାଢି ପିନ୍ଧି ଅଦା ଶର୍ମାଙ୍କର ଏପରି ଅନ୍ଦାଜ ଦେଖି ପ୍ରଶଂସକ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି।

 

View this post on Instagram

 

A post shared by Adah Sharma (@adah_ki_adah)

ସୂଚନା ଯେ, ଅଦା ଶର୍ମା ଏବେ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ସେଥି ମଧ୍ୟରୁ ଏକ ସର୍ଟ ଫିଲ୍ମ ଓ ଅନ୍ୟଟି ତେଲୁଗୁ ଫିଲ୍ମ । ଅଦା ଶର୍ମା ଶେଷ ଥର ପାଇଁ ଫିଲ୍ମ କମାଣ୍ଡୋ ୩ ରେ ନଜର ଆସିଥିଲେ ।

Leave A Reply

Your email address will not be published.