ମାତ୍ରାଧିକ କମଳା ଖାଇଲେ ଦାନ୍ତରେ ଦେଖା ଦେଇପାରେ କ୍ୟାଭିଟି ସମସ୍ୟା

ଫଳ ସ୍ୱାସ୍ଥ୍ୟ ପାଇଁ ହିତକାରୀ | ଋତୁ ଅନୁଯାୟୀ ମିଳୁଥିବା ଫଳ କିଛି କିଛି ଖାଇବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏମିତି ବି କିଛି ଫଳ ରହିଛି ଯାହାର ମାତ୍ରାଧିକ ସେବନ ଶରୀର ପାଇଁ ଲାଭ ଆଣିବା ବଦଳରେ କ୍ଷତି ପହଞ୍ଚାଇ ଥାଏ । ଆଉ ଯେଉଁମାନେ ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ସେମାନେ ତ ଜଗି ରଖି ଖାଇବା ନିହାତି ଜରୁରୀ । ଆସନ୍ତୁ ସେ ଉପରେ ଆଜି ନଜର ପକାଇବା । କମଳା ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ । ବିଶେଷ ଭାବେ ଶୀତ ଋତୁରେ ମିଳୁଥିବା କମଳାରେ ପ୍ରଚୁର ମାତ୍ରାରେ ଭିଟାମିନ ସି, ଏ, ବି, ପୋଟାସିୟମ, ଫାଇବର, କ୍ୟାଲସିୟମ, ଫସଫରସ, ମ୍ୟାଗନେସିୟମ ମହଜୂତ ଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ଭୂମିକା ନିଭେଇଥାଏ । ଆଉ କରୋନା ସମୟରେ ଏହା ସର୍ବାଧିକ ବ୍ୟବହୃତ ହୋଇଥିବା ଫଳ ତାଲିକାର ଶୀର୍ଷରେ ବି ରହିଛି । କିନ୍ତୁ ଜାଣନ୍ତିକି ଏହାକୁ ଅଧିକ ପରିମାଣରେ ଖାଇଲେ ଏହା ଶରୀରକୁ କ୍ଷତି ପହଞ୍ଚାଇ ପାରେ ।

– ଯଦି ଆପଣଙ୍କର ଏସିଡ଼ିଟି ସମସ୍ୟା ରହିଛି ତେବେ ଅଧିକ ପରିମାଣରେ କମଳା ଖାଆନ୍ତୁ ନାହିଁ । ନଚେତ ଛାତି, ପେଟରେ ପୀଡା ହେବା ସହ ଜ୍ବଳନ ହୋଇଥାଏ ।

orange

– ଖାଲି ପେଟରେ ଆଦୌ କମଳା ଖାଆନ୍ତୁ ନାହିଁ । ଏଥିରେ ଥିବା ଆମିନୋ ଏସିଡ଼ ପେଟରେ ଗ୍ୟାସ ସମସ୍ୟା ବଢ଼ାଇଥାଏ ।

– ଶିଶୁ ମାନଙ୍କୁ ବି ଅଧିକ ପରିମାଣର କମଳା ଦେବା ଉଚିତ ନୁହେଁ ।

– ରାତିରେ କମଳା ଖାଇବା ଜମା ବି ଉଚିତ ନୁହେଁ । ଏଥିରେ ଥଣ୍ଡା ପରିମାଣ ଥିବାରୁ ଏହା ସର୍ଦ୍ଦି ଭଲ କରିବା ବଦଳରେ ବଢ଼ାଇ ଦେଇପାରେ ।

– ମାତ୍ରାଧିକ କମଳା ଖାଇଲେ ଦାନ୍ତର ମଧ୍ୟ କ୍ଷତି ହୋଇଥାଏ । ଏଥିରେ ଥିବା ଏସିଡ ଦାନ୍ତର ଏନାମେଲରେ ମହଜୂତ ଥିବା କ୍ୟାଲସିୟମ ସହ ମିଶି ଇନଫେକ୍ସନ ସୃଷ୍ଟି କରିପାରେ । ଯାହା ଫଳରେ ଦାନ୍ତରେ କ୍ୟାଭିଟି ସମସ୍ୟା ଦେଖା ଦେଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.