Below header

ଭୁବନେଶ୍ବରର ସବୁ ନିର୍ବାଚନ ମଣ୍ଡଳୀ ବିଜେଡି ଅକ୍ତିଆରରେ, ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତିଲେ ଅଶୋକ ପଣ୍ଡା

ଭୁବନେଶ୍ବର :  ଏକାମ୍ର ଭୁବନେଶ୍ବରର ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ବରରେ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତିବାରେ ରେକର୍ଡ କରିଛନ୍ତି। ଅଶୋକ ପଣ୍ଡା ୨୭,୮୧୬ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ଏଥର ଅଶୋକଙ୍କୁ ୭୨,୮୧୬ ଖଣ୍ଡ ଭୋଟ୍‌ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ବାବୁ ସିଂହଙ୍କୁ ୪୫୦୦୦ଖଣ୍ଡ ଭୋଟ୍‌ ମିଳିଛି। କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ରଙ୍କୁ ୬୬୭୯ ଖଣ୍ଡ ଭୋଟ୍‌ ମିଳିଛି।

ସେହିପରି ଭୁବନେଶ୍ବର ମଧ୍ୟରେ ଅନନ୍ତ ନାରାୟଣ ଜେନାଙ୍କୁ ୫୪୦୨୨ ଖଣ୍ଡ ଭୋଟ୍‌ ମିଳିଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଜଗନ୍ନାଥ ପ୍ରଧାନଙ୍କୁ ୪୨୫୮୦ଖଣ୍ଡ ଭୋଟ୍‌ ମିଳିଛି। ଅନନ୍ତ ଏଠାରେ ୧୧,୪୪୨ଖଣ୍ଡ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ରାଜୀବ କୁମାର ପଟ୍ଟନାୟକଙ୍କୁ ୨୭୪୬ଖଣ୍ଡ ଭୋଟ୍‌ ମିଳିଛି।

ଭୁବନେଶ୍ବର ଉତ୍ତରରେ ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ବିଜେପିର ଅପରାଜିତା ମହାନ୍ତିଙ୍କୁ ୨୫୫୨୪ଖଣ୍ଡ ଭୋଟ୍‌ ବ୍ୟବଧାନରେ ହରାଇଛନ୍ତି। ସୁଶାନ୍ତ ୭୧୧୫୬ ଖଣ୍ଡ ଭୋଟ୍‌ ପାଇଥିବାବେଳେ ଅପରାଜିତା ୪୫୬୮୯ ଖଣ୍ଡ ଭୋଟ୍‌ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଇତିଶ କୁମାର ପ୍ରଧାନ ୫୧୮୦ ଖଣ୍ଡ ଭୋଟ୍‌ ପାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.