Below header

ସବୁଠୁ ଉତ୍ତପ୍ତ ସହର ଭାବେ କ୍ରମାଗତ ଭାବେ ତିନି ଦିନ ଧରି ଦେଶରେ ରେକର୍ଡ କରିଛି ଭୁବନେଶ୍ୱର, ତାତି ଆହୁରି ବଢ଼ିବ

କେନ୍ୟୁଜ୍(ବ୍ୟୁରୋ):  ମାଡ଼ି ଆସୁଛି ତାତି । ଫେବ୍ରୁଆରି ନ ସରୁଣୁ ତାପମାତ୍ରା ବୃଦ୍ଧି ଯୋଗୁ ଜନଜୀବନ ପ୍ରଭାବିତ । ଆଗକୁ ତାତି ଆହୁରି ବଢ଼ିବ । ସବୁଠୁ ଉତ୍ତପ୍ତ ସହର ଭାବେ କ୍ରମାଗତ ଭାବେ ତିନି ଦିନ ଧରି ଦେଶରେ ରେକର୍ଡ କରିଛି ଭୁବନେଶ୍ୱର । ପାରଦ ଆହୁରି ବଢ଼ିବ ବୋଲି କହିଛି ପାଣିପାଗ କେନ୍ଦ୍ର । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦିନରେ ରାଜ୍ୟର କିଛି ଜିଲ୍ଳାର ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ । ସେହିପରି ଆସନ୍ତା ୨ରୁ ୩ ଦିନ ପର‌୍ୟ୍ୟନ୍ତ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, ଅନୁଗୁଳ, ମୟୁରଭଞ୍ଜ ଓ ଭୁବନେଶ୍ୱରରେ ପାରଦ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଖରାରୁ ରକ୍ଷା ପାଇବାକୁ ଅପରାହ୍ନ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.