ଗଜପତି: ଆର. ଉଦୟଗିରି ସବ-ଜେଲରୁ ଦୁଇ କଏଦୀ ଫେରାର, ଜଣକୁ ଧରିଲେ ଆଉ ଜଣେ ନିଖୋଜ

ମୋହନା(କେନ୍ୟୁଜ୍):  ଆର. ଉଦୟଗିରି ସବ-ଜେଲ ରୁ ଦୁଇ କଏଦୀ ଫେରାର, ଫେରାର ଦୁଇ କଏଦୀ ହେଲେ ପୁରୀର ଶରତ କୁମାର ଦେ, ଏବଂ ଅଡବା ଥାନା ଗୁଲୁବା ଅଞ୍ଚଳ ର କରୁଣା ଗମାଙ୍ଗ ।  ଆଜି  ସକାଳ ୯.୪୫ ମିନିଟରେ ଦୁଇ କଏଦୀ ଜେଲ କାନ୍ଥ ଡେଇଁ ଫେରାର ହୋଇଥିବା ସୂଚନା ମିଳିଛି l ଗତ ଅଗଷ୍ଟ ମାସ ୨୧ ତାରିଖରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇ ବନ୍ଦୀ ଥିଲେ ଦୁଇ ଜଣ କଏଦୀ l

prisioner

ଜଣେ କଏଦୀ ଧରାପଡ଼ିଥିବାର ଜେଲ କତୃପକ୍ଷ ସୂଚନା ଦେଇଛନ୍ତି l ଅନ୍ୟପଟେ ଆର. ଉଦୟଗିରି ପୋଲିସ ଏବଂ ଜେଲ କତୃପକ୍ଷ ଅନ୍ୟ କଏଦୀର ସନ୍ଧାନରେ ଲାଗିଥିବାର  ସୂଚନା ଦେଇଛନ୍ତି ଆର. ଉଦୟଗିରି ଜେଲ ଅଧିକ୍ଷକ କେଦାରନାଥ ବେହେରା l

Leave A Reply

Your email address will not be published.