Below header

ପୁଣି କୁକୁଡ଼ାକୁ ଜେଲ ଦଣ୍ଡ, ମଣିଷକୁ ହତ୍ୟା କରି କାଟୁଛି ସଜ୍ଜା

ତେଲେଙ୍ଗାନାରେ ଚମକାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଘଟଣା ଶୁଣିଲେ ଆପଣ ନିଶ୍ଚିନ୍ତ ରୂପେ ତାଯୁବ ହୋଇଯିବେ । ପ୍ରକୃତରେ ତେଲେଙ୍ଗାନା ପୋଲିସ ହତ୍ୟା ଅଭିଯୋଗରେ ମଣିଷ ନୁହେଁ ଏକ କୁକୁଡ଼ାକୁ ଗିରଫ କରିଛି । ହଁ କୁକୁଡ଼ା ଉପରେ ଲାଗିଛି ଏହି ସଂଗୀନ ଅଭିଯୋଗ । ଗିରଫ କରାଯାଇଥିଲେ ବି ଅଭିଯୁକ୍ତ କୁକୁଡ଼ାକୁ ଅଦାଲତରେ ହାଜର କରାଯିବ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ । ଘଟଣାଟି ଘଟିଛି ତେଲେଙ୍ଗାନାର ଜଗତିୟାଲ ଜିଲ୍ଲାରେ । ଏଠାକାର ୟେଲ୍ଳେମ୍ମା ମନ୍ଦିରରେ ଘମାଘୋଟ କୁକୁଡ଼ା ଲଢେଇ ଖେଳ ଚାଲିଥିଲା । ଆଉ ଏହି ସମୟରେ ୪୫ ବର୍ଷୀୟ ଟି. ସତୀଶ ନାମକ ଜଣେ ଯୁବକଙ୍କ ଉପରେ ଆକ୍ରମଣ କରିଥିଲା ।

ଆଉ ଏହି ଘଟଣାରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିଲା | ଆଉ ଯୁବକଙ୍କୁ ହତ୍ୟା କରିବା ଅଭିଯୋଗରେ କୁକୁଡ଼ାକୁ ଗିରଫ କରି ନେଇଛି ପୋଲିସ । ଫେବୃଆରୀ ୨୨  ତାରିଖରେ ଲୋଥନୁର ଗାଁରେ ବେଆଇନ ତରିକାରେ ଏଠି କୁକୁଡ଼ା ଲଢେଇ ଚାଲିଥିଲା । କୁକୁଡ଼ା ମାନଙ୍କ ଗୋଡ଼ରେ ଏକ ଛୁରୀ ବନ୍ଧା ଯାଇଥିଲା | ଗୋଡ଼ରେ ଛୁରୀ ବନ୍ଧା ହୋଇଥିବା କାରଣରୁ କୁକୁଡ଼ାଟି ଛଟପଟ ହୋଇଥିଲା । ଆଉ ଛଟପଟ ହେବା ସମୟରେ ପାଦରେ ଲାଗିଥିବା ଧାରୁଆ ଛୁରୀଟି ଯାଇ ବ୍ୟକ୍ତିଙ୍କ ଗୋଡ଼ ଉପରେ ଯାଇ ବାଜିଥିଲା ।

ତୁରନ୍ତ ସତୀଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଦେବା ଉଚିତ ହେବକି, ତେଲେଙ୍ଗାନାରେ କୁକୁଡ଼ା ଲଢେଇ ଉପରେ ବ୍ୟାନ କରାଯାଇଥିଲେ ମଧ୍ୟ ଆଜିବି ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ କୁକୁଡ଼ା ଲଢେଇ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.