ବିଷ ଖାଇ ଜୀବନ ହାରିଦେଲେ ନାବାଳିକା, ସମ୍ପର୍କୀୟ ଲୋକଙ୍କୁ ହ୍ଵାଟସ୍‌ଆପରେ ପଠାଇଦେଲେ ସୁଇସାଇଡ୍‌ ନୋଟ୍‌, ଯାହାକୁ ପଢ଼ି ଘର ଲୋକ ବି ଚକିତ

ମୁମ୍ବାଇରେ ୧୪ ବର୍ଷୀୟା ଜଣେ ନାବାଳିକା ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ, ଯାହାକୁ ନେଇ ତାଙ୍କ ଘର ଲୋକ ଚକିତ ହୋଇପଡ଼ିଛନ୍ତି। ଏହି ସୁଇସାଇଡ୍‌ ନୋଟ୍‌ରେ ଲେଖା ହୋଇଛି କି, ସେ ଏଥିପାଇଁ ଏଭଳି ପଦକ୍ଷେପ ଉଠାଇବାକୁ ଯାଉଛନ୍ତି, କାହିଁକି ନା, ସାବତ ବାପା ତାଙ୍କ ମା’ଙ୍କୁ ଛାଡ଼ି ଦେଇଛନ୍ତି ଏବଂ ଅନ୍ୟ ଜଣଙ୍କୁ ବିବାହ କରିଛନ୍ତି। ତେବେ ପୋଲିସର କହିବା ହେଲା, ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ମୃତାଙ୍କ ମା’ ସୁଇସାଇଡ୍‌ ନୋଟ୍‌ ପାଇ ତାହାକୁ ଚୋବାଇବା ପାଇଁ ମୁହଁରେ ରଖିଦେଇଥିଲେ।

ପୋଲିସ ଏହି ସୁଇସାଇଡ୍‌ ନୋଟ୍‌ର ସ୍କ୍ରିନ୍‌ ସଟ୍‌ସ ବି ଜବତ କରିଛି। ମରିବା ପୂର୍ବରୁ ନାବାଳିକା ଜଣକ ତାଙ୍କର କେତେଜଣ ସମ୍ପର୍କୀୟଙ୍କୁ ହ୍ଵାଟସ୍‌ଆପରେ ସୁଇସାଇଡ୍‌ ନୋଟ୍‌ ପଠାଇ ଦେଇଥିଲେ। ଏଥିରେ ସେ ଲେଖିଥିଲେ, ସାବତ ବାପା ମୋ ମା’କୁ ଛାଡ଼ିଦେବାରୁ ମୁଁ ବହୁତ ଚିନ୍ତିତ ଥିଲି। ନୋଟ୍‌ରେ ଆଉ ମଧ୍ୟ ଲେଖାଯାଇଥିଲା କି, ‘ପାପା, ଆପଣ ମୋତେ କେବେ ନିଜ ଝିଅ ବୋଲି ଭାବି ନାହଁ, ବରଂ ଅଲଗା କିଛି ଭାବିଛ। ମୁଁ ଏହା ବିଷୟରେ କାହାକୁ କିଛି ବି କହିନି’। ପୋଲିସ ଏହାକୁ ଆଧାର କରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି।

ସୂଚନା ମୁତାବକ, ମୃତାଙ୍କ ମା’ ୩ ଜଣଙ୍କୁ ବିବାହ କରିଛନ୍ତି। ପ୍ରଥମ ସ୍ୱାମୀଙ୍କଠାରୁ ତାଙ୍କର ଏକ ପୁଅ ଥିବା ବେଳେ ଦ୍ୱିତୀୟ ବିବାହରେ ଏହି ଝିଅ ଜନ୍ମ ହୋଇଥିଲା। ନାବାଳିକା ହଷ୍ଟେଲରେ ରହୁଥିଲେ, କିନ୍ତୁ ଲକ୍‌ଡାଉନ ସମୟରେ ସେ ଘରକୁ ଆସିଥିଲେ। ଭାଇ ଜଣେ ସାଙ୍ଗ ବାହାଘରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ସେ କହିଥିଲେ କି, ଫୋନ୍‌ରେ ସେ ଦ୍ୱିପ୍ରହରରେ କଥା ହୋଇଥିଲେ, ସେତେବେଳେ ସବୁକିଛି ଠିକ୍‌ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.