Below header

ଏକ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା  ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସ

ଭୁବନେଶ୍ୱର(କେନ୍ୟୁଜ୍):  ଏକ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା  ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସ  ପରିସର । ବିଜେବି କଲେଜ ସାମ୍ନା ଲୁଇସରୋଡରେ ଥିବା ଏହି କମ୍ପ୍ଲେକ୍ସ ଅଞ୍ଚଳକୁ ଆସନ୍ତାକାଲି ଠାରୁ ୨୫ ତାରିଖ ଯାଏଁ ୭ ଦିନ ଲାଗି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି   ।

ସିଭିଲ କୋର୍ଟରୁ ଅନେକ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କଣ୍ଟେନମେଣ୍ଟ ଜୋନରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ ଓ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ବାଦ ଦିଆଯାଇଥିବା ବିଏମସି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟୀ କମିସନର ଅଂଶୁମାନ ରଥ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.