Below header

ବଣମଲ୍ଲୀକୁ କିସରୁ ଡ଼ାକରା, ମାଗଣାରେ ପାଠପଢିବା ପାଇଁ ଆମନ୍ତ୍ରଣ କଲେ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ

ଜୟପୁର (କେ ନ୍ୟୁଜ୍‌) : ବଣମଲ୍ଲୀଙ୍କୁ ସାଉଁଟି ସେମାନଙ୍କ ପ୍ରତିଭାର ବିକାଶ କରାଇବା ଏବଂ ଶିକ୍ଷାର ଆଲୋକରେ ସେମାନଙ୍କ ଦାରିଦ୍ର‌୍ୟର ଅନ୍ଧକାର ଦୂର କରିବାର ଦାୟିତ୍ୱ ନେଇଛି କିସ୍ । ବିଶ୍ୱର ସର୍ବବୃହତ ଜନଜାତି ଆବାସିକା ବିଶ୍ୱବିଦ୍ୟାଳୟ କିସ୍ ବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସେସ୍ । ଅବହେଳିତ, ଦରିଦ୍ର ତଥା ଶିକ୍ଷାରୁ ଦୂରରେ ଥିବା ଜନଜାତିଙ୍କ ପାଇଁ କିସ୍ ଗଢ଼ିଛନ୍ତି ଡ. ଅଚ୍ୟୁତ ସାମନ୍ତ । ଅନେକ ବର୍ଗର ପ୍ରତିଭାଙ୍କୁ ସୁଯୋଗ ଦେଇ ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ କରିଛନ୍ତି । ଠିକ୍ ସେମିତି ହାତୀ ସୁନା କଳସ ଢାଳିଲା ଭଳି ସହାୟତାର ତାଙ୍କ ହାତ ବଢ଼ି ଯାଇଛି କେରାପୁଟ ବନ୍ଧୁଗାଁର ନମିତା ମେଲେକାଙ୍କୁ । ଦଶମ ଶ୍ରେଣୀ ଛାତ୍ରୀ ନମିତା ଦିନେ ସ୍ୱପ୍ନରେ ଭାବି ନଥିଲେ କେହି ତାଙ୍କ ଗୀତ ଶୁଣି ତାରିଫ୍ କରିବ ବୋଲି କି କେବେ ସ୍ୱପ୍ନ ଦେଖି ନଥିଲେ କିସ୍ ଭଳି ସଂସ୍ଥାରୁ ଡକରା ପାଇବେ ବୋଲି । ହେଲେ ସତ ହୋଇଛି ତାଙ୍କର ସବୁ ସ୍ୱପ୍ନ । ଆଉ ନମିତାଙ୍କ ପାଇଁ ଭବିଷ୍ୟତର ଦ୍ୱାର ଖୋଲି ଯାଇଛି । ପଙ୍କରୁ ପଦ୍ମ ଫୁଟିଲା ଭଳି ଫୁଟି ଚହଟିଛନ୍ତି ଏଇ ଆଦିବାସୀ ଝିଅ ।

namita

ତାଙ୍କର ସୁମଧୁର ସୁରକୁ ନେଇ କେ ନ୍ୟୁଜ୍‌ରେ ସର୍ବ ପ୍ରଥମେ ଖବର ପ୍ରସାରଣ ପରେ ସାରା ରାଜ୍ୟରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଠିକ୍ ଏତିକି ବେଳେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହଯୋଗର ହାତ ବଢ଼ି ଆସିଛି ସୁଦୂର ବନ୍ଧୁଗାଁକୁ । କିସ୍‌ରେ ରହି ମାଗଣାରେ ପାଠ ପଢ଼ିବା ସହ ନିଜ ସଂଗୀତ ପ୍ରତିଭାର ବିକାଶ ପାଇଁ ପ୍ରତିଶ୍ରୁତି ପାଇଛନ୍ତି । ନିଜେ ଡ. ସାମନ୍ତ ନମିତା ଏବଂ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ କିସ୍‌ରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଛନ୍ତି । ତେଣୁ ଭାବବିହ୍ଵଳ ହୋଇପଡ଼ିଛନ୍ତି ନମିତା । କହିଛନ୍ତି, କିସ୍‌ରେ ପାଠ ପଢ଼ିବା ହେଉଛି ସମସ୍ତଙ୍କର ସ୍ୱପ୍ନ । ମୋ ପାଇଁ ତ ଇଏ ଏକ ସୁବର୍ଣ ସୁଯୋଗ । ଆଦିବାସୀ ବହୁଳ କୋରାପୁଟର ଉପାନ୍ତ ଅଞ୍ଚଳ ଆଉ ନକ୍ସଲଗଡ଼ ହେଉଛି ବନ୍ଧୁଗାଁ କ୍ଷ ଏଇ ଗାଁର ଝିଅ ନମିତାଙ୍କ କଣ୍ଠର ଯାଦୁ ଚହଟିଛି ଚାରିଆଡ଼େ । ବିନା ତାଲିମରେ ଏତେ ସୁନ୍ଦର କଣ୍ଠରେ ତାଙ୍କ ଗୀତ ଗାଇବା ଦେଖି ସମସ୍ତେ ଚକିତ । ଯେମିତି ଈଶ୍ୱରଙ୍କ ଦାନ ଭଳି ଲାଗୁଛି । ଏଭଳି ଚର୍ଚ୍ଚା ଭିତରେ ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ମିଳିଛି କିସ୍‌ରେ ପାଠ ପଢ଼ିବାର ସୁଯୋଗ ।

achyuta new

ଯେଉଁଠି ରହିବା, ଖାଇବା ଠାରୁ ଆରମ୍ଭ କରି ପାଠପଢ଼ା ଏବଂ ପାଠ୍ୟୋପକରଣ ସବୁ କିଛି ମାଗଣାରେ ମିଳେ । ପୁଣି ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସବୁ ରାସ୍ତା ଖୋଲିଯାଏ । କୁଇ ସମ୍ପ୍ରଦାୟର ଝିଅ ନମିତାଙ୍କ ବାପା ଚାଷବାସ ଏବଂ ଦିନ ମଜୁରିଆ ଭାବେ କାମ କରନ୍ତି । ହେଲେ ସାତ ଝିଅରୁ ୬ ଭଉଣୀଙ୍କୁ କଷ୍ଟେ ମଷ୍ଟେ ପାଠ ପଢାଉଛନ୍ତି କ୍ଷ ପଙ୍କରେ ପଦ୍ମ ଫୁଟିବା ଭଳି ଦଶମ ଶ୍ରେଣୀ ଛାତ୍ରୀ ନମିତା ଭଲ ପାଠ ସାଙ୍ଗକୁ ନିଜର ସୁମଧୁର କଣ୍ଠ ପାଇଁ ଏବେ ଚର୍ଚ୍ଚାରେ । ଡ. ସାମନ୍ତ ଙ୍କ ସହ ସିଧା ସଳଖ କଥା ହେବା ପରେ ନମିତା ଓ ତାଙ୍କ ପରିବାର ଖୁସିରେ ସୀମା ନାହିଁ । ସେଥିପାଇଁ ସେମାନେ ଡ. ସାମନ୍ତଙ୍କୁ ଧନ୍ୟଵାଦ ଦେଇଛନ୍ତି ପରିବାର ଓ ଗ୍ରାମବାସୀ  କଥାରେ ଅଛି ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ । କିଟ୍ ଓ କିସ୍‌ରେ ବିଭିନ୍ନ ବର୍ଗର ଏଭଳି ଅନେକ ପ୍ରତିଭାଙ୍କୁ ସଜେଇ ରଖିଛନ୍ତି ଡ. ସାମନ୍ତ । ତାଙ୍କରି ଦିଗଦର୍ଶନ ଓ ସହାୟତା ନମିତାଙ୍କ ପ୍ରତିଭାର ବିକାଶ ପାଇଁ ବଡ଼ ସୁଯୋଗ ଆଣି ଦେଇଛି, ଏଥିରେ ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.