Below header

ରେଳବାଇର ବଡ଼ ନିଷ୍ପତ୍ତି ସବୁ କୋଚରେ ଲାଗିବ ଏସି, କମ୍‌ ଟଙ୍କାରେ ଏସି କୋଚ୍‌ରେ ଯିବେ ରେଳ ଯାତ୍ରୀ : ଜାଣନ୍ତୁ କେବେ ଠୁ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ : ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର । ଯାତ୍ରୀଙ୍କ ପାଇଁ ଭାରତୀୟ ରେଳ ବିଭାଗ ଆଣୁଛି ସ୍ୱତନ୍ତ୍ର ସୁବିଧା । ଆଉ ବିନା ଏସି( ଶୀତତାପ ନିୟନ୍ତ୍ରଣ) ରେ ଗଡିବନି କୈାଣସି ଟ୍ରେନ୍‌ । ଏବେ ଥଣ୍ଡା ଥଣ୍ଡା କୁଲ୍‌ କୁଲ୍‌ରେ ଯାତ୍ରା କରିବେ ସମସ୍ତ ଟ୍ରେନ୍‌ ଯାତ୍ରୀ । ତେବେ ଏଥିପାଇଁ ଟଙ୍କା ମଧ୍ୟ ଅଧିକ ଦେବାକୁ ପଡ଼ିବନାହିଁ । କମ୍‌ ଟଙ୍କାରେ ସାଧାରଣ ଯାତ୍ରୀ ମଧ୍ୟ ଏସି ବଗିରେ ଯାତ୍ରା କରିପାରିବେ ।

କାରଣ ସ୍ଲିପର ଓ ଜେନେରାଲ କୋଚ୍‌କୁ ଏସିରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛି ରେଳ ବିଭାଗ ।ସ୍ଲିପର କୋଚ୍‌କୁ କରାଯିବ ଇକୋନୋମିକ୍ ୩ ଟାୟାର ଏସି କୋଚ୍ ! ଏହାସହ ଅଣସଂରକ୍ଷିତ କୋଚର ଜେନେରାଲ ବଗିକୁ ମଧ୍ୟ ଏସି କୋଚରେ ପରିଣତ କରାଯିବ ବୋଲି ରେଳ ମନ୍ତ୍ରାଳୟର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ଏଥିପାଇଁ ପ୍ରତି କୋଚ୍‌ରେ ଖର୍ଚ୍ଚ ହେବ ୩ କୋଟି ଟଙ୍କା ।

 

 

train-99

ଏଥିପାଇଁ କପୁରଥାଲା ରେଳ କୋଚ୍‌ ଫାକ୍ଟ୍ରିରେ କାମ ଆରମ୍ଭ ହେଲାଣି । ପ୍ରଥମ ପର୍ଯ୍ୟାୟରେ ୨୩୦ କୋଚ୍‌ ତିଆରି କରାଯିବ । ତେବେ ବଗିଗୁଡିକରେ ୭୨ ସିଟ୍‌ ଥିବା ବେଳେ ଏଥିରେ ୮୩ ସିଟ୍‌ ରହିବ । ଏହିପରି କୋଚ୍‌ରୁ ଅଧିକ ଟଙ୍କା ଆଦାୟ ହୋଇପାରିବ ବୋଲି ରେଳ ବିଭାଗ କହିଛି । ଏହା ବ୍ୟତୀତ ଜେନେରାଲ୍‌ କୋଚ୍‌ର ସିଟ୍‌ ସଂଖ୍ୟାକୁ ମଧ୍ୟ ବଢ଼ାଯାଇ ୧୦୦ ସିଟ୍‌ କରାଯିବ ।

ପ୍ରକାଶଯୋଗ୍ୟ ଯେ ଲାଲୁ ପ୍ରସାଦ ଯାଦବ ୨୦୦୪-୦୯ ରେ ରେଳ ମନ୍ତ୍ରୀ ଥିବା ବେଳେ ଏହି ଯୋଜନା ପାଇଁ ଚିନ୍ତା କରାଯାଇଥିଲା । ସେହି ସମୟରେ ଗରୀବ ରଥର ପ୍ରଚଳନ ହୋଇଥିଲା ।

ତେବେ ଏଥିରେ ବହୁତ ଅସୁବିଧା ହେବା ନେଇ ଅଭିଯୋଗ ହେବା ପରେ ଗରୀବ ରଥ କୋଚ ଆଉ ନିର୍ମାଣ ହୋଇନଥିଲା । ଏବେ ମଧ୍ୟ ଗରୀବ ରଥ ଚାଲୁଛି । ଆଗାମୀ ଦିନରେ ଏହି ନୂଆ ନିୟମ ଲାଗୁ ହେଲେ ଯାତ୍ରୀମାନେ ବହୁତ ସୁବିଧାରେ ଯିବେ ବୋଲି ରେଳ ବିଭାଗ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.