ରାଜଧାନୀରେ ଆଜି ୮୦୯ ନୂଆ ପଜିଟିଭ, ସୁସ୍ଥ ହେଲେ ୫୯୮

ଭୁବନେଶ୍ୱର(କେ ନ୍ୟୁଜ):  ଆଜି ରାଜଧାନୀ ଭୁବନେଶ୍ୱରରୁ ୮୦୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ ୧୧୯ ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ ୧୧୯ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାଯାଇଛି । ଏନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ବିଏମ୍ସି କତ୍ତୃପକ୍ଷ । ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ରାଜଧାନୀରେ ମୋଟ ସଂଖ୍ୟା ୪୬ ହଜାର ୩୧୭ କୁ ବୃଦ୍ଧି ପାଇଥିବା ବେଳେ ଏମଧ୍ୟରୁ ୮୩୭୮ଟି ଆକ୍ଟିଭ କେଶ ଥିବା

ଜଣାଯାଇଛି । ଅନ୍ୟପକ୍ଷରେ ଆଜି ରାଜଧାନୀରୁ ୫୯୮ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । କହିରଖୁଛୁକି ଏହାକୁ ମିଶାଇ ୩୭ ହଜାର ୬୫୨
ଜଣ ସୁସ୍ଥ ହୋଇ ସାରିଲେଣି । ଆଜି ଭିତରେ ରାଜଧାନୀ ଭୁବନେଶ୍ୱରରେ ୨୬୬ ଜଣଙ୍କ ଜୀବନ ନେଇ ସାରିଲାଣି କରୋନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.