Below header

ମଜୁରୀ ବାବଦକୁ ବାକି ଟଙ୍କା ନ ଦେବାରୁ ଠିକାଦାରଙ୍କୁ ଭୁଜାଲି ଚୋଟ,ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାକି ଟଙ୍କା ମାଗି ମାଗି ନିରାଶ ହେବାରୁ ଠିକାଦାରକୁ ଭୁଜାଲି ଚୋଟ ପକାଇଲା ଶ୍ରମିକ। ମୋଟ ୧୪ ଦିନ କାମ କରି ୪ ହଜାର ୨୦୦ ଟଙ୍କା ମଜୁରୀ ପ୍ରାପ୍ୟ ହୋଇଥିଲେ ମଧ୍ୟ ଠିକାଦାର ସେହି ପ୍ରାପ୍ୟକୁ ଦେବାକୁ ତାରିଖ ଗଡାଉଥିଲା।ଶେଷରେ ଏହି ଚରମ ନିଷ୍ପତ୍ତି ନେଇଛି ଶ୍ରମିକ ଜଣକ।

ଜଳେଶ୍ବର(କେନ୍ୟୁଜ୍): ମଜୁରୀ ବାବଦକୁ ବାକି ଟଙ୍କା ନ ଦେବାରୁ ଠିକାଦାରଙ୍କୁ ଭୁଜାଲିରେ ଆକ୍ରମଣ କଲେ ଯୁବକ । ଠିକାଦାରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ। ଆକ୍ରମଣ କରିଥିବା ଯୁବକକୁ କାବୁ କରି ପୋଲିସ ରେ ଜିମା ଦେଲେ ଲୋକେ ,ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ଚନ୍ଦନ କୁମାର ନାଥ ସେହି ଗ୍ରାମର ସଞ୍ଜୟ କୁମାର ନାଥଙ୍କୁ ଚଣ୍ଡିଖୋଲ ଅଞ୍ଚଳର ରତ୍ନଗିରିକୁ ରେଳ ଲାଇନ୍‌ କାମ ପାଇଁ ନେଇ ଯାଇଥିଲେ। ସଞ୍ଜୟ ସେଠାରେ ରହି ପ୍ରତ୍ୟେକ ଦିନ ୩୦୦ ଟଙ୍କା ହିସାବରେ ଅନ୍ୟ ଶ୍ରମିକ ମାନଙ୍କ ପାଇଁ ରନ୍ଧା କାମ କରୁଥିଲେ ଓ ମୋଟ ୧୪ ଦିନ କାମ କରି ୪ ହଜାର ୨୦୦ ଟଙ୍କା ମଜୁରୀ ପ୍ରାପ୍ୟ ହୋଇଥିଲେ ମଧ୍ୟ ଚନ୍ଦନ ତାଙ୍କର ମଜୁରୀ ବାବଦକୁ ପ୍ରାପ୍ୟ ଦେଇ ନଥିଲେ, ସଞ୍ଜୟର ପଇସା ଆବଶ୍ୟକତା ଥିବା ବେଳେ ବାରମ୍ବାର ମାଗି ନିରାଶ ହୋଇ ସେଠାରୁ ପଳେଇ ଆସି ଗାଁରେ ରହିଥିଲା। ଚନ୍ଦନ ଗ୍ରାମକୁ ଆସିବା ପରେ ମଧ୍ୟ ବାରମ୍ବାର ବାକି ଟଙ୍କା ମାଗିଥିଲେ ହେଁ ଚନ୍ଦନ ଟଙ୍କା ଦେଇ ନ ଥିଲେ।

ଆଜି ଚନ୍ଦନ ଗାଁକୁ ଆସି ରାୟାଁ ରାମଚନ୍ଦ୍ରପୁର ଗ୍ରାମରୁ କାମ ଶେଷ କରି ଫେରିବା ସମୟରେ ସାନରାଉତପଡା ଆଦିବାସୀ ସାହି ଠାରେ ଛକି ବସି ଥିବା ସଞ୍ଜୟ ଏକ ଦେଶୀ ଭୁଜାଲିରେ ଚନ୍ଦନକୁ ଆକ୍ରମଣ କରିଥିଲେ। ଭୁଜାଲି ଚୋଟରେ ଚନ୍ଦନର ପେଟ, ହାତ ଓ ବେକରେ ଗଭୀର କ୍ଷତ ହୋଇଛି। ଫଳରେ ଚନ୍ଦନ ଘଟଣା ସ୍ଥଳରେ ରକ୍ତ ଉବୁଡୁବୁ ହେବା ସହ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକମାନେ ଏହାଦେଖି

ସଙ୍ଗେ ସଙ୍ଗେ ଚନ୍ଦନକୁ ଉଦ୍ଧାର କରି ପ୍ରଥମେ ଜମାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପରେ ସେଠାରୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣି ଥିଲେ।  ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ଯ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସଞ୍ଜୟକୁ ଅଟକ ରଖି ଗ୍ରାମବାସୀ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ।ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭୁଜାଲି ଜବତ କରିବା ସହିତ ସଞ୍ଜୟକୁ ଜିକେ ଭଟ୍ଟର ହସପିଟାଲରେ ଚିକିତ୍ସା କରି ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.