Below header

କଟକ: ସିଲଭର ସିଟିରେ ବେଫିକର ଚୋରା ବନ୍ଧୁକ ବେପାରୀ, ୫ଟି 9MM ବନ୍ଧୁକ ସହିତ ୫୦ଟି ଅଫୁଟା ଗୁଳି ଜବତ କଲା ପୋଲିସ

କଟକ(କେନ୍ୟୁଜ୍): ଏକ ବଡ଼ ଆନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀ ଗ୍ୟାଙ୍ଗର ପର୍ଦାଫାସ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ୫ଟି 9MM ବନ୍ଧୁକ ସହିତ ୫୦ଟି ଅଫୁଟାଗୁଳି ଜବତ କରିଛି ପୋଲିସ। ଏକ କାର ଓ ୭ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଏନେଇ ୪ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରାଯାଇଛି।

ବିହାରର ମୁଙ୍ଗେର ଅଞ୍ଚଳରୁ ବନ୍ଧୁକ ଆଣି କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଢେଙ୍କାନାଳ ଆଦି ବିଭିନ୍ନ ଜିଲ୍ଲାର ଅପରାଧୀଙ୍କୁ ବିକ୍ରି କରୁଥିଲା ଏହି ଗ୍ୟାଙ୍ଗ। ଜଗତସିଂହପୁରରୁ ଏକ କାରରେ କଟକ ଆସୁଥିବା ବେଳେ ଏହି ଗ୍ୟାଙ୍ଗକୁ ଧରିଛି ପୋଲିସ। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଚେଷ୍ଟା କରୁଛି କମିଶନରେଟ ପୋଲିସ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.