IPL 2020: ହଳଦିଆ ରଙ୍ଗରେ ରଙ୍ଗୀନ କରାଯାଇଛି ଘର, କାନ୍ଥରେ ପେଣ୍ଟ ହୋଇଛି ଧୋନୀଙ୍କ ଛବି, ଏମିତି ଦିୱାନା ପୂର୍ବରୁ କେବେ ଦେଖି ନ ଥିବେ ଆପଣ

ଆଇପିଏଲର ୧୩ତମ ସିଜନରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ଯଦିଓ ଭଲ ରହିନି, କିନ୍ତୁ ଧୋନୀଙ୍କ ନେତୃତ୍ୱରେ ଏହି ଟିମର ଫ୍ୟାନମାନଙ୍କ ସଂଖ୍ୟା ଟିକିଏ ବି ହ୍ରାସ ପାଇନି। ଲୋକେ ଏବେ ବି ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗସର ଦିୱାନା, ଯାହାର ଏକ ତାଜା ଉଦାହରଣ ଏବେ ଦେଖିବାକୁ ମିଳିଛି।

ggv

ଦୁଇଦିନ ତଳେ ଚେନ୍ନାଇ ସୁପର କିଙ୍ଗସ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏକ ପୋଷ୍ଟ ସେୟାର କରିଛି, ଯେଉଁଥିରେ ସିଏସକେ ଏବଂ ଧୋନୀଙ୍କର ଜଣେ ଫ୍ୟାନ ନିଜ ଘରର ନାଁ ଧୋନୀଙ୍କ ନାମ ଅନୁସାରେ ରଖିଦେଇଥିବା ଦେଖିବାକୁ ମିଳିଛି।

mmv

ସିଏସକେ ଏହି ପୋଷ୍ଟକୁ ସେୟାର କରି ଲେଖିଛି, ‘ତାମିଲନାଡ଼ୁର ଆରଙ୍ଗୁରରେ ସୁପର ଫ୍ୟାନ ଗୋପୀ କୃଷ୍ଣନ ଏବଂ ତାଙ୍କ ପରିବାର ନିଜ ଘରର ନାଁ ‘ଧୋନୀ ଫ୍ୟାନଙ୍କ ଘର’ ରଖିଛନ୍ତି। ଏକ ସୁପର ଡୁପର ସମ୍ମାନ, ଯାହା ଆମ ହୃଦୟକୁ ଭାବୁକ କରିଦେଉଛି’। ସିଏସକେ ଦ୍ୱାରା ସେୟାର କରାଯାଇଥିବା ଏହି ଫଟୋ ଖୁବ ଭାଇରଲ ହେଉଛି। ଫଟୋରେ ଫ୍ୟାନଙ୍କ ଘର ସମ୍ପୂର୍ଣ୍ଣ ହଳଦିଆ ରଙ୍ଗରେ ରଙ୍ଗାଯାଇଛି। ଏହାସହିତ ଧୋନୀଙ୍କ ଫଟୋ ମଧ୍ୟ କାନ୍ଥରେ ପେଣ୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.