ଦୁବାଇ ଯାଇଥିବା ୟୁଜବେନ୍ଦ୍ର ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ନବରାତ୍ରୀ ଲୁକ ହେଉଛି ଭାଇରଲ

ୟୁଜବେନ୍ଦ୍ର ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି। ନିକଟରେ ସେ ନିଜ ଇନଷ୍ଟଗ୍ରାମରେ ଷ୍ଟୋରୀ ସେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି କି, ସେ ଦୁବାଇ ପହଞ୍ଚି ସାରିଛନ୍ତି। ଦୁବାଇରେ କ୍ଵରେଣ୍ଟାଇନରେ ରହୁଥିବା ଧନଶ୍ରୀ ଏହି ପୋଷ୍ଟରେ ନବରାତ୍ରୀ ଲୁକରେ ନଜର ଆସୁଛନ୍ତି ଏବଂ ଖୁବ ସୁନ୍ଦର ଲାଗୁଛନ୍ତି।

ପୋଷ୍ଟରେ ଧନଶ୍ରୀ କହିଛନ୍ତି, ୧୫ ଅକ୍ଟୋବରରେ ସେ ଏକ ସ୍ପେଶାଲ ନବରାତ୍ରୀ ଡ୍ୟାନ୍ସ ଭିଡ଼ିଓ ସେୟାର କରିବେ। ଏହା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହେବ। କହି ରଖୁଛୁ, ଆଇପିଏଲର ପାଖାପାଖି ଏକ ମାସ ପୂର୍ବରୁ ଟିମ ଇଣ୍ଡିଆର ବୋଲର ୟୁଜବେନ୍ଦ୍ର ଚହଲ ଓ ଜଣାଶୁଣା ଡ୍ୟାନ୍ସର ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏକ ବ୍ୟକ୍ତିଗତ ସମାରୋହରେ ନିର୍ବନ୍ଧ କରିନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.