Below header

ଜସଲୀନ ମଥାରୁଙ୍କ ସହ Rapper ଲୁକରେ ଦେଖାଦେଲେ ଅନୁପ ଜଲୋଟା, ଫିଲ୍ମ ‘ୱ ମେରି ଷ୍ଟୁଡେଣ୍ଟ ହୈ’ର ସୁଟିଂ ଶେଷ

ଭଜନ ଗାୟକରୁ ଅଭିନେତା ପାଲଟିଥିବା ଅନୁପ ଜଲୋଟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜସଲୀନ ମଥାରୁଙ୍କ ସହ ଆଉ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦୁଇଜଣ ଗ୍ଲାମରସ ଆଉଟଫିଟରେ ନଜର ଆସୁଛନ୍ତି। ଦୁହେଁ ନିଜର ଆଗାମୀ ଫିଲ୍ମ ‘ୱ ମେରି ଷ୍ଟୁଡେଣ୍ଟ ହୈ’ର ସୁଟ ପରେ ପୋଜ ଦେଉଥିଲେ। ପ୍ରଥମ ଫଟୋରେ ଜସଲୀନ ଓ ଅନୁପ ବ୍ରାଇଟ ଡ୍ରେସ ପିନ୍ଧି ପିସ ସାଇନ ଦେଖାଉଛନ୍ତି। ଅନୁପ ଜଲୋଟା ବେକରେ ଏକ ବଡ଼ ଚେନ ଏବଂ ହାତ ଆଙ୍ଗୁଠିରେ ବଡ଼ ବଡ଼ ମୁଦି ପିନ୍ଧିଥିବା ଦେଖିବାକୁ ମିଳୁଛି।

ssdfc

ଦ୍ୱିତୀୟ ଫଟୋରେ ସେ ଶଟର୍ସ ଏବଂ ହଳଦିଆ ରଙ୍ଗର ସ୍ନିକର ପିନ୍ଧି ଏକ ବଡ଼ ସିଂହାସନରେ ବସିଛନ୍ତି। ତାଙ୍କ ପଛ ଏବଂ ପାର୍ଶ୍ୱରେ ଡ୍ୟାନ୍ସର୍ସ ଅଛନ୍ତି। ଅନୁପ ଜଲୋଟା ଏହି ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, ‘ମୋ ଆଗାମୀ ଫିଲ୍ମ ‘ୱ ମେରି ଷ୍ଟୁଡେଣ୍ଟ ହୈ’ର ରାପ ସଙ୍ଗ ସହିତ ସୁଟିଂ ପୂରା କରିଛି। ଏବେ ଆପଣ ଡ୍ୟାନ୍ସ କରିବା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ। ବହୁତ ଜଲଦି ରିଲିଜ ହେବ’।

ggd

ଜସଲୀନ ମଥାରୁ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏମିତି ହିଁ ଏକ ଫଟୋ ପୋଷ୍ଟ କରିଛନ୍ତି। କହି ରଖୁଛୁ, ଅନୁପ ଜଲୋଟା ଓ ଜସଲୀନ ମଥାରୁ ସବୁବେଳେ ନିଜ ରିଲେସନଶିପକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ବିବାହ ଜୋଡାରେ ସେମାନଙ୍କର ଏକ ଫଟୋ ଖୁବ ଭାଇରଲ ହୋଇଥିଲା। ଦୁହେଁ ବିବାହ କରିନେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ଖବରକୁ ବକୱାସ ଏବଂ ମିଥ୍ୟା ବୋଲି କହିଥିଲେ ଅନୁପ ଜଲୋଟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.