ଜାପାନରୁ ଆସିବ ବଡ଼ ନିବେଶ, ଆସନ୍ତାକାଲି ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ସେମାନଙ୍କୁ ନିମନ୍ତ୍ରଣ କରିବେ। ବିଶେଷ କରି ଇସ୍ପାତ, ଫୁଡ୍ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲ୍ସ, ଟେକ୍ସଟାଇଲ୍, କେମିକାଲ୍ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନା ରହିଛି । ମେକ ଇନ୍ ଓଡ଼ିଶା ଭଳି ରୋଡ଼ ସୋ କରାଯିବ ।

କେନ୍ୟୁଜ୍(ବ୍ୟୁରୋ): ଜାପାନରୁ ରାଜ୍ୟକୁ ଆସିବ ବଡ଼ ନିବେଶ । ଆସନ୍ତାକାଲି ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଯାଉଛନ୍ତି । ଏହି ଟିମ୍ରେ ଶିଳ୍ପପତି ଅଛନ୍ତି । ଆସନ୍ତା ୫ ତାରିଖରୁ ୮ ତାରିଖ ଯାଏ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହିତ ଆଲୋଚନା ହେବ । ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ସେମାନଙ୍କୁ ନିମନ୍ତ୍ରଣ କରିବେ। ବିଶେଷ କରି ଇସ୍ପାତ, ଫୁଡ୍ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲ୍ସ, ଟେକ୍ସଟାଇଲ୍, କେମିକାଲ୍ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନା ରହିଛି । ମେକ ଇନ୍ ଓଡ଼ିଶା ଭଳି ରୋଡ଼ ସୋ କରାଯିବ ।
ଓଡ଼ିଶାରେ ଶିଳ୍ପର ବାତାବରଣ ବାବଦରେ ସେମାନଙ୍କୁ ଅବଗତ କରାଯିବ । ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିବେ । ଏହା ପୂର୍ବରୁ ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇ ସେଠାରେ ଇନଭେଷ୍ଟର୍ସଙ୍କୁ ଭେଟିଥିଲେ। ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ୨୨ ହାଜର କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା। ଏବେ ଦୁବାଇ ଅପେକ୍ଷା ଜାପାନରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିବ ବୋଲି ରାଜ୍ୟ ସରକାର ଆଶାବାଦୀ । ବିଦେଶରୁ ଅଧିକ ପୁଞ୍ଜି ଆଣିବାରେ ଦେଶର ୩ଟି ରାଜ୍ୟ ଆଗରେ ଅଛନ୍ତି । ଏହାରି ଭିତରେ ତିନିଟି ମେକ୍ ଇନ ଓଡ଼ିଶା କନକ୍ଲେଭ ରାଜ୍ୟ ସରକାର କରିଛନ୍ତି ।