Below header

କୁନି ଝିଅ ସାଇ ଦିବ୍ୟାଂଶିଙ୍କ ଚମତ୍କାର ବକ୍ତୃତା ଆଗରେ ହାର ମାନିଯିବେ ବଡ଼ ଲୋକ, ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନବୀନ ଓଡିଶା' ବିଷୟବସ୍ତୁ ଶୀର୍ଷକ ଏହି ପ୍ରତିଯୋଗିତାରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ ଗ୍ରହଣ କରିଥିଲେ। ତେବେ ଏହି ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମର କୁନି ପ୍ରତିଭା ସାଇ ଦିବ୍ୟାଂଶି ମଧ୍ୟ ଏହି ପ୍ରତିଯୋଗିତାର ଭାଗ ନେବାକୁ ଆସିଥିଲେ।

ଯାଜପୁର(କେନ୍ୟୁଜ୍): କୁନି ପ୍ରତିଭା ସାଇ ଦିବ୍ୟାଂଶିଙ୍କ ଚମତ୍କାର ବକ୍ତୃତା। ଏହାକୁ ଶୁଣି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାଜପୁର ଜିଲ୍ଲା ଧର୍ମଶାଳା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଅବସରରେ ଜାରକା ଠାରେ ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ‘ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନବୀନ ଓଡିଶା’ ବିଷୟବସ୍ତୁ ଶୀର୍ଷକ ଏହି ପ୍ରତିଯୋଗିତାରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ ଗ୍ରହଣ କରିଥିଲେ। ତେବେ ଏହି ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମର କୁନି ପ୍ରତିଭା ସାଇ ଦିବ୍ୟାଂଶି ମଧ୍ୟ ଏହି ପ୍ରତିଯୋଗିତାର ଭାଗ ନେବାକୁ ଆସିଥିଲେ। କିନ୍ତୁ ବୟସ କମ ହୋଇଥିବାରୁ ଏହି କୁନି ଝିଅଟିକୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିନଥିଲା।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସାଇ ଦିବ୍ୟାଂଶିର ଆଗ୍ରହ ଦେଖି ବକ୍ତୃତା ପ୍ରଦାନ କରିବାକୁ ସୁଯୋଗ ଦେଇଥିଲେ। ଅନର୍ଗଳ ଭାବେ ସାଇ ଦିବ୍ୟାଂଶି ନିଜର ବକ୍ତୃତା ଉପସ୍ଥାପନ କରିଥିବା ବେଳେ ଏହାକୁ ଶୁଣି ଉପସ୍ଥିତ ପ୍ରତିଯୋଗୀ, ଅତିଥି ଓ ବିଚାରକ ମଣ୍ଡଳୀ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ସାଇ ଦିବ୍ୟାଂଶିଙ୍କ ଏହି ବକ୍ତୃତା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ଆନନ୍ଦିତ ହେବା ସହ ସାଇ ଦିବ୍ୟାଂଶିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଇବା ପରେ ସାଇ ଦିବ୍ୟାଂଶିଙ୍କ ପରିବାର ସହ ସମଗ୍ର ଧର୍ମଶାଳା ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। କୁନି ପ୍ରତିଭା ସାଇ ଦିବ୍ୟାଂଶି ଚଣ୍ଡିଖୋଲ ସ୍ଥିତ ଡୁ ପବ୍ଲିକ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ରୀ ଅଟନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.