୨ ଘଣ୍ଟା ମରି ଜୀବିତ ହୋଇଗଲା ବାଳକ! ଡାକ୍ତର କହିଲେ, ଏହା ଚମତ୍କାର…

୧୬ ବର୍ଷୀୟ ଜଣେ ବାଳକଙ୍କର ୨ ଘଣ୍ଟା ପାଇଁ ମୃତ୍ୟୁ ହୋଇଯାଇଥିଲା। ଟେକ୍ସାସ୍‌ର ମିସୌରୀ ସହରରେ ରକ୍‌ କ୍ଲାଇବିଂ ପାଇଁ ଯାଇଥିବା ସାମିଙ୍କୁ ହଠାତ୍‌ ଆସିଥିଲା ହୃଦ୍‌ଘାତ। ଫଳରେ ତାଙ୍କ ଶରୀର ରେସ୍‌ପନ୍ସ ଦେବା ବନ୍ଦ କରିଦେଇଥିଲା।

ଜୀବନ ଓ ମୃତ୍ୟୁ ଭଗବାନଙ୍କ ହାତରେ। କିନ୍ତୁ ଅନେକ ବାର ମୃତ୍ୟୁ ପରେ ବି ଅତି ଚମତ୍କାର ଉପାୟରେ ମଣିଷ ଜୀବିତ ହେବାର ଦାବି କରାଯାଏ। ଏବେ ଠିକ୍‌ ଏମିତି ହିଁ ଏକ ଘଟଣା ଘଟିଛି ଜଣେ ୧୬ ବର୍ଷୀୟ ବାଳକଙ୍କ କ୍ଷେତ୍ରରେ। ଦାବି କରାଯାଉଛି, ଏହି ବାଳକଙ୍କର କିଛି ମିନିଟ୍‌ ପାଇଁ ନୁହେଁ, ବରଂ ପାଖାପାଖି ଦୁଇ ଘଣ୍ଟା ପାଇଁ ମୃତ୍ୟୁ ହୋଇଯାଇଥିଲା। ଟେକ୍ସାସ୍‌ର ମିସୌରୀ ସହରରେ ରକ୍‌ କ୍ଲାଇବିଂ ପାଇଁ ଯାଇଥିବା ସାମିଙ୍କୁ ହଠାତ୍‌ ହୃଦ୍‌ଘାତ ଆସିଥିଲା ଏବଂ ତାଙ୍କ ଶରୀର ରେସ୍‌ପନ୍ସ ଦେବା ବନ୍ଦ କରିଦେଇଥିଲା।

ଏହାପରେ ସାମିଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ତାଙ୍କୁ ବଞ୍ଚାଇବା ଚେଷ୍ଟାରେ ଡାକ୍ତରମାନେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ସିପିଆର୍‌ ଦେଇଥିଲେ। ଏହାସତ୍ତ୍ୱେ କୌଣସି ଫାଇଦା ନ ହେବାରୁ ଡାକ୍ତରମାନେ ସାମିଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ହେଲେ ହଠାତ୍‌ ଏହାର କିଛି ସମୟ ପରେ ପରିବାର ଲୋକେ ତାଙ୍କ ଶରୀରରେ ହଲ୍‌ଚଲ୍‌ ଅନୁଭବ କରିଥିଲେ।

ଡାକ୍ତରମାନଙ୍କ କହିବା ହେଲା ଯେ ସେମାନେ ଏଭଳି ଚମତ୍କାର ପୂର୍ବରୁ କେବେ ଦେଖି ନ ଥିଲେ। ସାମିଙ୍କ ମା’ ଜେନିଫର କହିଛନ୍ତି, ହଠାତ୍‌ ଭଗବାନ ଆମ କଥା ଶୁଣିନେଲେ ଏବଂ ଆମ ପିଲା ମରିକି ଜୀବିତ ହୋଇଗଲା।

ଡାକ୍ତରଙ୍କ କହିବା ହେଲା, ସାମିଙ୍କ ମସ୍ତିଷ୍କ ପର୍ଯ୍ୟନ୍ତ ଲମ୍ବା ସମୟ ଧରି ଅମ୍ଳଜାନ ପହଞ୍ଚିପାରୁ ନ ଥିଲା। ତେଣୁ ଅନୁମାନ କରାଯାଉଥିଲା ଯେ ତାଙ୍କୁ ସୁପର ରେୟାର ଜେନେଟିକ୍ ଡିସ୍‌ଅର୍ଡର ହୋଇଛି, ଯାହା ତାଙ୍କ ହାର୍ଟ ଉପରେ ପ୍ରଭାବ ପକାଇଛି। ଏହାକୁ କ୍ୟାଟେକୋଲାମିନର୍ଜିକ୍ ପଲିମୋର୍ଫିକ୍ ଭେଣ୍ଟ୍ରିକୁଲାର ଟାଚେକାର୍ଡିଆ (CPVT) କୁହନ୍ତି।

କିନ୍ତୁ ସେପରି କିଛି ହୋଇ ନ ଥିଲା, ବରଂ ତାଙ୍କର ଶର୍ଟ ଟର୍ମ ମେମୋରୀ ହ୍ରାସ ପାଇଥିଲା। ତାଙ୍କୁ ପୂରା ଘଟଣା ଠିକ୍ ଭାବରେ ମନେ ନ ଥିଲା। ସାମି କହିଛନ୍ତି ଯେ ସେଦିନ କ’ଣ ଘଟିଥିଲା, ତାହା ତାଙ୍କୁ ଠିକ୍‌ ଭାବରେ ମନେ ନାହିଁ। ଘଟଣା ପରେ ସାମି ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଏକ ମାସ ହସ୍ପିଟାଲରେ ଭର୍ତ୍ତି ରହିଥିଲେ। ବର୍ତ୍ତମାନ ସେ ଭଲ ଅଛନ୍ତି।