ଘରେ ପହଞ୍ଚିଲା କାଠମାଣ୍ଡୁରେ ମୃତ୍ୟୁ ହୋଇଥିବା ବିଜୟ ଜେନାଙ୍କ ମୃତଦେହ

ପୁରୀ(କେନ୍ୟୁଜ୍): ଘରେ ପହଞ୍ଚିଲା କାଠମାଣ୍ଡୁରେ ମୃତ୍ୟୁ ହୋଇଥିବା ବିଜୟ ଜେନାଙ୍କ ମୃତଦେହ । ପୁରୀ ଜିଲ୍ଲା ଡେଲାଙ୍ଗ ଯମୁନା ଗାଁର ବିଜୟ ତୀର୍ଥ କରିବା ପାଇଁ ନେପାଳ ଓ କାଠମାଣ୍ଡୁ ଯାଇଥିଲେ । ଗତ ୧୦ ତାରିଖରେ ବସ୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ବିଡିଓ, ତହସିଲଦାର, ବ୍ଲକ ଅଧ୍ୟକ୍ଷ ମୃତ ବିଜୟଙ୍କ ପରିବାରକୁ ଭେଟିଥିଲେ । ପ୍ରଶାସନ ପକ୍ଷରୁ ତାଙ୍କ ମୃତ ଦେହ ନେପାଳରୁ ଓଡ଼ିଶା ଆଣିବା ପାଇଁ ସୂଚନା ଦିଆଯାଇଥିଲା । ଆଜି ସକାଳେ ତାଙ୍କ ମୃତ ଦେହ ଘରେ ପହଞ୍ଚିଛି । ଶୋକାକୂଳ ପରିବେଶରେ ତାଙ୍କ ଶେଷକୃତ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.