Below header

ପୁଣି ଦେଶକୁ ଗର୍ବିତ କରାଇଲେ ଦେଶୀ ଗର୍ଲ ପ୍ରିୟଙ୍କା, ୟୁନିସେଫ୍ କରିବ ସମ୍ମାନୀତ

ୟୁନିସେଫର ଗୁଡୱିଲ ଆମ୍ବାସେଡର ପ୍ରିୟଙ୍କାଙ୍କୁ ନ୍ୟୁୟର୍କରେ ପ୍ରତିଷ୍ଠିତ ସମାରୋହ ୟୁନିସେଫ ସ୍ନୋ ଫ୍ଲେକ ବାଲ୍ ରେ ସମ୍ମାନିତ କରାଯିବ। ୟୁନିସେଫ ୟୁଏସଏସ ଟ୍ବିଟର ଜରିଆରେ କହିଛନ୍ତି ପ୍ରିୟଙ୍କାଙ୍କୁ ଡ୍ୟାନି କ୍ୟା ହ୍ୟୁମାନିଟାରିଆନ ଆୱାର୍ଡ ପ୍ରଦାନ କରାଯିବ। ଏହା ନ୍ୟୁୟର୍କର ସବୁଠାରୁ ବଡ଼ ପ୍ରତିଷ୍ଠିତ ଆୱାର୍ଡ ସମାରୋହ, ଯେଉଁଥିରେ ୟୁନିସେଫ ପକ୍ଷରୁ ମାନବିକତାର କାର‌୍ୟ୍ୟ କରିଥିବା ଲୋକମାନଙ୍କୁ ଆୱାର୍ଡ ପ୍ରଦାନ କରାଯାଇଥାଏ। ୩ ଡିସେମ୍ବର ନ୍ୟୁୟର୍କରେ ଏହି ସମାରୋହର ଆୟୋଜନ କରାଯିବ। ଏହି ସମ୍ମାନ
ପାଇବା ଖୁସିରେ ପ୍ରିୟଙ୍କା କହିଛନ୍ତି, ‘ମତେ ୟୁନିସେଫ ସ୍ନୋଫ୍ଲେକ ବାଲ୍ ରେ ଡ୍ୟାନି କ୍ୟା ହ୍ୟୁମାନିଟାରିଆନ ଆୱାର୍ଡରେ ସମ୍ମାନିତ କରାଯାଉଥିବାରୁ ମୁଁ ୟୁନିସେଫ ୟୁଏସଏ ନିକଟରେ ଋଣି। ଦୁନିଆର ସମସ୍ତ ପିଲାମାନଙ୍କ ପାଇଁ ଶାନ୍ତି, ସ୍ବତନ୍ତ୍ରତା ଏବଂ ଶିକ୍ଷାର ଅଧିକାର ପାଇଁ ୟୁନିସେଫ ସହ କାମ କରିବା ମୋ ପାଇଁ ସବୁ କିଛି।’

priyankaପ୍ରିୟଙ୍କା ୨୦୦୬ ମସିହାରୁ ୟୁନିସେଫ ସହ ଜଡିତ ଅଛନ୍ତି। ୨୦୧୦ ଓ ୨୦୧୬ ମସିହାରେ ତାଙ୍କୁ ପିଲାମାନଙ୍କ ଅଧିକାର ପାଇଁ ରାଷ୍ଟ୍ରିୟ ଏବଂ ବୈଷୟିକ ୟୁନିସେଫ ଗୁଡୱିଲ ଆମ୍ବାସେଡର ନିଯୁକ୍ତି କରାଯାଇଥିଲା। ସେ ସର୍ବଦା ପର‌୍ୟ୍ୟାବରଣ, ଶିକ୍ଷା ଏବଂ ମହିଳାମାନଙ୍କର ଅଧିକାର ବଢାଇବା ସହ ସମାନତା ଏବଂ ନାରୀବାଦ ବିଷୟରେ ଆଲୋଚନା କରିଥାନ୍ତି। ସୂଚନା ଅନୁଯାୟୀ ପ୍ରିୟଙ୍କା ଚୋପ୍ରାଙ୍କ ବ୍ୟତୀତ ସ୍ପିରିଟ୍ ଅଫ କମ୍ପାସନ ଆୱାର୍ଡ ୟୁନିସେଫ ସପୋଟରସ୍ ମାର୍ଜେଅନ ଏବଂ ଇଭାନ ଷ୍ଟେନ ବିରଗେନଙ୍କୁ ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.