ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧବାର୍ଷିକୀ , ସ୍ମୃତିଚାରଣ କରୁଛନ୍ତି କୋଟି କୋଟି ବିଜୁପ୍ରେମୀ

କେନ୍ୟୁଜ୍ : ଝଡର ଇଗଲ । ସ୍ୱପ୍ନର ସୌଦାଗର ବିଜୁ ପଟ୍ଟନାୟକ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ତାଙ୍କର ୨୨ତମ ଶ୍ରାଦ୍ଧବାର୍ଷିକୀ । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ତାଙ୍କର ପୈତୃକ ଗାଁ ହେଉଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ନୂଆଗାଁ । ଜଣେ ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା ଓ ଚିନ୍ତାନାୟକ ଭାବେ ତାଙ୍କର ଅନେକ ସୁଖ୍ୟାତି । ସେ ଦୁଇ ଦୁଇ ଥର ସଫଳତାର ସହ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତା ସହିତ କେନ୍ଦ୍ର ସରକାରଙ୍କ ଇସ୍ପାତ ଖଣି ଓ କୋଇଲା ବିଭାଗ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସବୁବେଳେ ବିକାଶ ଉପରେ ଗୁରୁତ୍ୱାରୋପ କରୁଥିଲେ ବିଜୁବାବୁ । ନିଜ ଜୀବନ କାଳ ମଧ୍ୟରେ ଅନେକ ଦୁଃସାହସିକ କାମ କରି ବିଜୁ ବାବୁ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଜବାହାରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ଇଣ୍ଡୋନେସିଆରୁ ସୁଲତାନ ସାରିଆରଙ୍କୁ ଉଦ୍ଧାର କରିବା ସହ ବିମାନରେ ଭାରତ ଇଡାଇଆଣିବା ଘଟଣାରେ ଯେଉଁ ସାହସିକତା ବିଜୁବାବୁ ଦେଖାଇଥିଲେ ତାର ପଟାନ୍ତର ନାହିଁ । ତେଣୁ ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ସମ୍ମାନିତ ହୋଇଥିଲେ ସେ । ଓଡିଶାରେ ଶିଳ୍ପର ବିକାଶ କଥା ଆସିଲେ ଆଜି ବି ମନେ ପଡନ୍ତି ବିଜୁ ବାବୁ । ଓଡିଶା ଇତିହାସରେ ଚିରକାଳ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଥିବ ତାଙ୍କ ନାଁ ।

 

 

Leave A Reply

Your email address will not be published.