ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ହାଇକୋର୍ଟରେ ଖାରଜ ହୋଇଛି ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳଙ୍କ ଜାମିନ ଆବେଦନ । କେନ୍ଦ୍ରାପଡା ନିମ୍ନ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ସାରଥିଙ୍କ ଜାମିନ ଆବେଦନର ଶୁଣାଣି କରି ଖାରଜ କରିଛନ୍ତି। ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ରୁଜୁ ୩ଟି ମାମଲାରୁ ୨ଟିରେ ସାରଥି ଜାମିନ ପାଇ ସାରିଛନ୍ତି। ବିବାଦୀୟ ଡାକ୍ତରୀ ଛାତ୍ରୀଙ୍କ ମାମଲାରେ ସାରଥିଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ୨୦୧୭, ଅଗଷ୍ଟ ୪ରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଅନ୍ୟ ପକ୍ଷରେ କେନ୍ଦ୍ରାପଡାରେ ତାଙ୍କ ବିରୋଧରେ ଆଉ ଏକ ମାମଲା ବିଚାରାଧୀନ ରହିଛି। କେନ୍ଦ୍ରାପଡା ମାମଲାରେ ପୂର୍ବରୁ ମଧ୍ୟ ହାଇକୋର୍ଟରେ ସାରଥିଙ୍କ ଜାମିନ ଖାରଜ ହୋଇଥିଲା।

Leave A Reply

Your email address will not be published.